pakka

ବିଶିଷ୍ଟ ଚାଷୀ ନେତା ତଥା ବିଜେପି ନେତା କନ୍ଦର୍ପ ସୁଆରଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦେଲେ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶାର ସାଢେ଼ ୪ କୋଟି ଜନତାଙ୍କର ପ୍ରିୟ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଖପ୍ରାଖୋଲ ବ୍ଳକ ଦମାଇପାଲି ପଞ୍ଚାୟତର ଚାଷୀ ନେତା ତଥା ବିଶିଷ୍ଟ ଜଣାଶୁଣା ବିଜେପି ନେତା କନ୍ଦର୍ପ ସୁଆରଙ୍କ ସମେତ ପ୍ରାୟ ୬୮ଜଣ ଓ ଖପ୍ରାଖୋଲ ପଞ୍ଚାୟତର ୮ଜଣ ବିଜେପି କର୍ମୀ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତରେ ଖପ୍ରାଖୋଲ ବିଜେଡି କାର୍ୟ୍ୟାଳୟରେ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ମେହେର ବିଜେପି କର୍ମୀମାନେ ବିଜୁ ଜନତା ଦଳରେ ଯୋଗଦାନ କରିଥିବାରୁ କର୍ମୀ ମାନଙ୍କୁ ବିଜୁ ଜନତା ଦଳର ଶଂଖ ଚିହ୍ନ ରହିଥିବା ଚାଦର ସହ ଫୁଲ ମାଲ ଦେଇ ସ୍ୱାଗତ କରିଥିଲେ। । ଖପ୍ରାଖୋଲ ଅଞ୍ଚଳରେ ଅନେକ ବିଜେପି କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦାନ କରୁଥିବାରୁ ଆଗାମୀ ଦିନରେ ବିଜୁ ଜନତା ଦଳର ସଂଗଠନ ଆହୁରି ଆଗକୁ ସୁଦୃଢ ହେବ ବୋଲି ମତ ପ୍ରକାଶ ପାଉଛି ।

jay balangir
Leave A Reply

Your email address will not be published.

1 × 5 =

error: Content is protected !!