pakka

ଯୋଖିପାଲି ରଥଯାତ୍ରାର ନିଆରା ପରମ୍ପରା ୧୦ଦିନ ପର୍ଯ୍ୟନ୍ତ ରଥାଋଢ଼ ହୁଅନ୍ତି ତିନି ଠାକୁର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା ପରି ପୁରପଲ୍ଲୀରେ ରଥଯାତ୍ରା ଆୟୋଜନ ହୋଇଥାଏ । ତେବେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ କିନ୍ତୁ ରଥଯାତ୍ରା ସବୁଠାରୁ ନିଆରା ଢଙ୍ଗରେ ପାଳନ କରାଯାଏ । ଗ୍ରାମରେ ଦ୍ୱିତୀୟାଠାରୁ ଏକାଦଶୀ ତିଥି ପର୍ଯ୍ୟନ୍ତ ପ୍ରତିଦିନ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯେଉଁଥି ପାଇଁ ଭକ୍ତଗଣ ପ୍ରତ୍ୟେକ ଦିନ ରଥାଋଢ଼ ଠାକୁରଙ୍କ ଦର୍ଶନ ପାଇଥାନ୍ତି । ଦ୍ୱିତୀୟା ଦିନ ତିନିଠାକୁର ଜଗନ୍ନାଥ ମନ୍ଦିରରୁ ରଥ ଚଢ଼ି ମାଉସୀ ମା’ ମନ୍ଦିରକୁ ଯାତ୍ରା କରିଥିଲେ । ଗ୍ରାମର ଗୌନ୍ତିଆ ସାମନ୍ତଚନ୍ଦ୍ର ସାହୁ ଛେରା ପହଁରା କରିଥିଲେ । ମନ୍ଦିର ପୂଜକ କ୍ଷୀରେଶ୍ଵର ଦାସ ପୂଜାପାଠ କରୁଥିବା ବେଳେ ଅଶ୍ୱିନୀ କୁମାର ଦାସ, ଚଞ୍ଚଳ ଦାସ ଏବଂ ରାଜେଶ ଦାସ ତିନିଠାକୁରଙ୍କୁ ପ୍ରତିଦିନ ରଥଉପରକୁ ଏବଂ ସନ୍ଧ୍ୟାରେ ମାଉସୀ ମା’ ମନ୍ଦିରକୁ ଆଣିଥାନ୍ତି ।

jay balangir
Leave A Reply

Your email address will not be published.

five × four =

error: Content is protected !!