pakka

ବିଜେପିର ଜନ ସଂପର୍କ ଅଭିଯାନ : ପଦ୍ମପୁରରେ ବାବୁଭାଇ ଜେବାଲିଆ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ରରେ ମୋଦୀ ସରକାର ୯ ବର୍ଷ ପୁରଣ କରିଥିବାରୁ ଓ ମେ’ ୩୦ ତାରିଖ ୨୦୧୪ ମସିହାରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିଥିବାରୁ ମେ’ ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ସାରା ଦେଶରେ ମହାଜନ ସଂପର୍କ ଅଭିଯାନ କରୁଛି । ଦେଶର ବିଭିନ୍ନ ଅଞ୍ଚଳକୁ ବିଜେପି ରାଷ୍ଟ୍ରୀୟ ନେତା, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଗ୍ରସ୍ତ କରି ମୋଦୀ ସରକାରଙ୍କ ୯ ବର୍ଷ ଶାସନର ଉପଲବ୍ଧି ବିଷୟରେ ଜନସାଧାରଣଙ୍କୁ ଅବଗତ କରୁଛନ୍ତି । ଏହି କ୍ରମରେ ବିଜେପି କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ମହାସଚିବ ବାବୁଭାଇ ଜେବାଲିଆ ପଦ୍ମପୁର ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପଦ୍ମପୁର ଡାକ ବଙ୍ଗଳାରେ ସହରର ବ୍ୟବସାୟୀ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଏକ ସଭାରେ ଯୋଗଦେଇ ଆସନ୍ତା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ଆଉ ଥରେ ଦେଶବାସୀ ଆଶୀର୍ବାଦ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେବା ଦେଶ ପାଇଁ ଜରୁରୀ ଆବଶ୍ୟକତା ବୋଲି ଶ୍ରୀ ଜେବାଲିଆ ମତ ରଖିଥିଲେ । ବିଜେପି ନଗର ସଭାପତି ସୁନୀଲ ଅଗ୍ରୱାଲାଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ସଭାକୁ ବିଜେପି ନେତା ଚିନ୍ମୟ ପଣ୍ତା, ପ୍ରମୋଦ ମେହେର, ହରି ସିଂ, ଶ୍ରୀମତୀ ଜ୍ୟୋସ୍ନା କର ପରିଚାଳନା କରିଥିଲେ । ରାତ୍ରରେ ନୃସିଂହନାଥ ମନ୍ଦିରରେ ରହଣୀ ସମୟରେ ବିଜେପି କାର୍ଯ୍ୟକର୍ତ୍ତା ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଡା ଲମ୍ବୋଦର ପଣ୍ତା, ରାଜ କିଶୋର ସାହୁ, ଯୋଗେନ୍ଦ୍ର ଭୋଇ, ସତ୍ୟ ବେହେରା, ରାଜ ମହମ୍ମଦ ଆଦିଙ୍କ ସହ ଆଲୋଚନା କରିଥିଲେ । ସକାଳେ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ପରେ ନୂଆପଡ଼ା ଜିଲ୍ଲା ଗସ୍ତ କରିଥିଲେ । ନୂଆପଡ଼ା ଯିବା ବାଟରେ ମାଣ୍ଡୋସିଲ ଛକରେ ସରପଞ୍ଚ ଓମ୍‌ପ୍ରକାଶ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତ୍ରପୁରା ବରିହା, କୁଳମଣି ବେହେରା, ଲଳିତ ଜଗତ ଆଦି ସ୍ୱାଗତ କରିଥିଲେ । ଏହି ଜନସମ୍ପର୍କ ଯାତ୍ରାରେ ଶ୍ରୀ ଜେବାଲିଆଙ୍କ ସହ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଉପସଭାପତି ରଞ୍ଜନ ମଙ୍ଗରାଜ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

3 + 13 =

error: Content is protected !!