ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଜାର ଚାଲିଛି ରଥ ନିର୍ମାଣ କାମ

ପୁରୀ, (କେପିଏନ୍‌ଏସ୍‌) : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଜୋର ଧରିଛି । ରଥର ନାହାକା ଚକ ପ୍ରସ୍ତୁତ । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି । ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି । ଯନ୍ତାପଟାରେ ପଡି ତୁମ୍ବ ସହ ଅର ସଂଯୋଗ ବା ସିଙ୍ଗଡ଼ାବାଡ଼ି ହୋଇ ପଇକୁ ବିନ୍ଧ ପରେ ଖୁସିଅର ଲାଗୁଛି । ପରେ କଳସା କରାଯାଇ ପଇକୁ ବାନ୍ଧେଣୀ କରି ଚକ ପ୍ରସ୍ତୁତ ହେଉଛି । ରଥଖଳାରେ ଚିରଟ ହୋଇ ଜଳଯନ୍ତ୍ର ଓ ଗୁଜ କାଠ ପହଞ୍ଚିଛି । ରଥ ନିର୍ମାଣରେ ୧୬୬ ଜଣ ସେବକ ଲାଗିଛନ୍ତି ।

Leave A Reply

Your email address will not be published.

two × 3 =

error: Content is protected !!