pakka

ଦେଓଗାଁ-ସୋନପୁର ରାସ୍ତାର ଉନ୍ନତିକରଣ ପାଇଁ ଚିଠି ଲେଖିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ଦେଓଗାଁ ବ୍ଳକର ଶେଷ ସୀମାରେ ଥିବା ଗୌଡ଼ଗୋଠ ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଗାଁଠାରୁ ସୋନପୁର ଜିଳ୍ଲା ସୀମା ଭାୟା ବଡବାହାଲ ବରାହାକନା, ମାଲପଡ଼ା, କୁନ୍ଦେଇମାଲ, ବନ୍ଧପାଲି, ଥାଲବନ୍ଧ, ଭୀମଡୁଙ୍ଗୁରୀ, ମକୁନ୍ଦପୁର, ହିର୍ଲିମାଲ ଓ ପୁଇଁନ୍ତଲା ବ୍ଳକର ଫଲସାପଦର ଯାହାକି ସୋନପୁର ଜିଲ୍ଲା ସୀମା ପର୍ଯ୍ୟନ୍ତ ଲାଗି ରହିଛି ଏହି ୨୫ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ସରକାରଙ୍କ ଠାରେ ପତ୍ର ମାଧ୍ୟମରେ ଦାବୀ ଜଣାଇଛନ୍ତି ।

ସୁଚନା ଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ଏ ସମ୍ପର୍କରେ ଏକ ପତ୍ର ମାଧ୍ୟମରେ ସେ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ, ବଲାଙ୍ଗିର, ଅଧିକ୍ଷଣ ଯନ୍ତ୍ରୀ ବଲାଙ୍ଗିର, ଜିଳ୍ଲାପାଳ ବଲାଙ୍ଗିର, ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚୀବ ପ୍ରଦୀପ ଜେନା ଓ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ରାସ୍ତାର ଉନ୍ନତିକରଣ ହେଲେ ଦେଓଗାଁ ବ୍ଳକର ଗୌଡ଼ଗୋଠ, ବଡବାହାଲ, ଘୁଡ଼ଖାପଲା, ମକୁନ୍ଦପୁର ପ୍ରଭୃତି ପ୍ରଞ୍ଚାୟତର ଜନସାଧାଣଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ । ଏହାସହ ପ୍ରସିଦ୍ଧ ଭୀମପାହାଡ଼ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ସବୁ ଦିନିଆ ରାସ୍ତା ମିଳିପାରିବ । ଏହି ଦିଗରେ ନକ୍ସା ଓ ଆକଳନ ପ୍ରସ୍ତୁତ କରି ଆବଶ୍ୟକୀୟ ଅର୍ଥ ଶିଘ୍ର ମଞ୍ଜୁରୀ କରିବା ପାଇଁ ଶ୍ରୀମତୀ ମେହେର ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

five × five =

error: Content is protected !!