pakka

ନାବାଳିକା ଶାଳୀକୁ ବାହା ହେବା ପାଇଁ ରସିକିଆ ଭିଣୋଇଁର ଜିଦି : ମନମୁଣ୍ଡା ଥାନାରେ ମାମଲା ରୁଜ୍ଜୁ, ଜ୍ୱାଇଁ ଓ ତାର ୩ ସହଯୋଗୀ ଗିରଫ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ମନମୁଣ୍ଡା ଥାନା ରକ୍ସା ଗ୍ରାମ ପଞ୍ଚାୟତ ଚଉଁରୀଆପଦର ଗ୍ରାମରେ ଗତ ପଣାସଂକ୍ରାନ୍ତି ଦିନ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ୧୪ ବର୍ଷୀୟ ଶାଳୀକୁ ବିବାହ କରିବାର ଜିଦ୍‌ ଧରି ଶଳାକୁ ଅପହରଣ କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଗୋଡାଇବା ଯୋଗୁଁ ଦୁଇଟି ବାଇକ ଓ ନାବାଳକ ଶଳାକୁ ଛାଡି ଫେରାର ହୋଇ ଯାଇଥଲା । ପରେ ପୋଲିସ୍‌ ହାତରେ ଗିରଫ ହୋଇଥିଲେ ଜ୍ୱାଇଁ ଓ ତାଙ୍କର ୩ ସହଯୋଗୀ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍‌ ସାମ୍‌ପୋଚ ଗ୍ରାମର ଲବ ସାହୁଙ୍କ ପୁଅ ରାଜେଶ ୪ ବର୍ଷ ତଳେ ମନମୁଣ୍ଡା ଥାନା ବୌଦ୍ଧ ବ୍ଲକ୍‌ ରକ୍ସା ଗ୍ରାମ ପଞ୍ଚାୟତର ଚଅଁରିଆ ପଦର ଗ୍ରାମରେ ଶ୍ୟାମ ସୁନ୍ଦର ସାହୁଙ୍କ ଝିଅ ଦୀପାଳିକୁ ବିବାହ କରିଥିଲେ । ରାଜେଶ ଓ ଦୀପାଳିଙ୍କ ୩ ବର୍ଷର ଓ ୨୦ ଦିନର ଦୁଇଟି ପୁଅ ମଧ୍ୟ ହୋଇ ସାରିଛନ୍ତି । ବିବାହ ପରଠାରୁ ରାଜେଶ ସୁନା ହାର ଓ ନଗଦ ଏକ ଲକ୍ଷ ଟଂକାର ଯୌତୁକ ବାପ ଘରୁ ଆଣିବା ପାଇଁ କହି ଦୀପାଳିକୁ ନିର୍ୟ୍ୟାତନା ଦେଉଥଲା । ପରେ ଦୀପାଳିଙ୍କ ୧୪ ବର୍ଷୀୟା ହାଇସ୍କୁଲ ପଢୁଆ ଭଉଣୀଙ୍କୁ ବିବାହ କରିବାକୁ ଜ୍ୱାଇଁ ରାଜେଶ ଜିଦ୍‌ ଧରିଥିଲା । ଗତ ୧୦ ତାରିଖ ଦିନ ଚଅଁରିଆ ପଦର ଶ୍ୱଶୁର ଘରକୁ ଯାଇ ଶାଶୁ ଶ୍ୱଶୁରଙ୍କୁ ଶାଳୀକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ସେମାନେ ଏ ପ୍ରସ୍ତାବକୁ ମନା କରିବା ଫଳରେ ତାଙ୍କୁ ମାଡ ମାରିଥିଲା ବୋଲି ଅଭିଯୋଗ ହୋଇଥିଲା । ଏ ଘଟଣାରେ ବ୍ୟଥିତ ହୋଇ ଶାଳୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି । ନିଜ ସ୍ତ୍ରୀ ଓ ସାନ ପୁଅକୁ ଧରି ରସିକ ଜ୍ୱାଇଁ ଗତ ପଣାସଂକ୍ରାନ୍ତି ଦିନ ଶ୍ୱଶୁର ଘରେ ଛାଡି ଆସିଥିଲେ । ପରେ ସେହିଦିନ ଅପରାହ୍ନରେ ନିଜ ଗ୍ରାମର ୩ ଜଣ ସାଙ୍ଗକୁ ଧରି ଦୁଇଟି ବାଇକରେ ଶ୍ୱଶୁର ଘରକୁ ଯାଇଥଲା ରାଜେଶ । ସେଠାରେ ଶାଶୁ ଓ କାକି ଶାଶୁଙ୍କ ସହ ମାରଧର କରି ୧୦ ବର୍ଷୀୟ ଶଳାକୁ ଧରି ପଳାଇ ଆସୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଗୋଡାଇ ଥିଲେ । ଭୟରେ ଦୁଇ ବାଇକ ଓ ଶଳାକୁ ଛାଡି ୪ ଜଣ ଦଉଡି ଦଉଡି ପଳାଇଥିଲେ । ପରେ ମନମୁଣ୍ଡା ଥାନାରେ ଦୀପାଳିଙ୍କ କାକା ଗଣେଶ ସାହୁ ଅଭିଯୋଗ କରିବା ପରେ ୪୪ /୨୦୨୧ରେ ଏକ ମାମଲା ଦଫା ୪୯୮ (କ), ୫୦୬, ୩୨୩, ୩୦୬, ୪୫୨, ୩୬୩,୩୪ ଓ ଆର. ଡବ୍ଲୁ ୪ ଯୌତୁକ ନିରୋଧୀ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଜ୍ୱାଇଁ ରାଜେଶ ସହିତ ସହଯୋଗୀ ସଂଜୟ ସ୍ୱାଇଁ, ସୁକାନ୍ତ ବେହେରା ଓ ସୁଶିଲ ବେହେରାକୁ ଗିରଫ କରି ପୋଲିସ୍‌ ତଦନ୍ତ କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

8 − 7 =

error: Content is protected !!