jsm

ମା’ ରାମଚଣ୍ଡୀ ପୀଠରେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅଧିନସ୍ଥ କରପଡା ପଞ୍ଚାୟତର ସରପଞ୍ଚ ଅଜୟ ନାୟକଙ୍କ ସଭାପତିତ୍ୱରେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠ ଏବଂ ନୀଳାଦ୍ରିପୁର ଗ୍ରାମ ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମା’ ରାମଚଣ୍ଡୀ ପୂଜା କମିଟି ସଭାପତି ସି.ଏଚ୍‌. ଦୟାନନ୍ଦ ରେଡ୍ଡୀ, କୁଞ୍ଜ ବିହାରୀ ନାୟକ (କୋଷାଧ୍ୟକ୍ଷ), ଶଙ୍କର ନାୟକ, ସୁଧୀର ମହାରଣା, ବଂଶୀଧର ନାୟକ, କରପଡା ପଞ୍ଚାୟତ ନାଏବ ସରପଞ୍ଚ, ଏମ୍.ବି.କେ., ସି.ଆର୍.ପି., ପ୍ରାଣୀ ମିତ୍ର, କୃଷିମିତ୍ର, ଜି.ଆର୍‌.ଏସ୍‌. ନୀଳାଦ୍ରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କରପଡା ପଞ୍ଚାୟତର ଗ୍ରାମବାସୀ, ସ୍ଵେଚ୍ଛାସେବୀ, ଯବାନ ସମସ୍ତେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୩୦୧ଟି ବୃକ୍ଷରୋପଣ କରାଯାଇଥିଲା । ଶେଷରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବା ସମସ୍ତ କର୍ମଚାରୀ ଓ ସ୍ଵେଚ୍ଛାସେବୀ ବନ୍ଧୁମାନଙ୍କୁ ସରପଞ୍ଚ ଅଜୟ ନାୟକ ସାଧୁବାଦ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.