jsm

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ତିରୋଧାନ ଦିବସ ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱେଛାକୃତ ରକ୍ତଦାନ ଶିବିର

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଦର ମହକୁମା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜନ ନେତା ଆନନ୍ଦ ଆଚାର୍ଯ୍ୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ଅଗ୍ରଗାମୀ ଯୁବକ ସଂଘ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବିଧାୟକ ଦେବେଶ ଆଚାର୍ଯ୍ୟ, ପୈାରାଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ସୋହେଲା ଅଗ୍ରସେନ ଭବନଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ମୋ ପରିବାରର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦ୍ଵାରା ଉଦ୍‌ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜ ଗୌର ହରି ମିଶ୍ର, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଦ୍ଧନ ବରିହା, ବିଜେଡ଼ି ନେତା ମନ ମାଝୀ, ବିଜେଡ଼ି ଯୁବନେତା ସୁବ୍ରତ ସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ, ସରପଞ୍ଚ ଚୈତନ୍ୟ ବେହେରା, ହିରୋ ମାଝୀ, ସୋହେଲା ସରପଞ୍ଚ ପ୍ରତିନିଧି ନୀଲୁ ଝାକର, କାର୍ତ୍ତିକ ନାଗ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ସୁବ୍ରତ ବେହେରା ପରିଚାଳନା କରିଥିଲେ । ଏହି ଶିବିରରେ ସର୍ବମୋଟ ୫୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ପାଇକମାଲ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବା ସହିତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳ, ପାଇକମାଲ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ, ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ, ପାଇକମାଳ ବ୍ଲକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଳତାପ ମହମ୍ମଦ, ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଂଜୀବ ବରିହା, ପଲସଦା ପଂଚାୟତ ସମିତି ସଭ୍ୟ ମହେନ୍ଦ୍ର ସିଂ ବରିହା, ବରିଷ୍ଠ କର୍ମୀ ଧବଳେଶ୍ୱର ସାହୁ, ବିଜୁ ମହିଳା ଜନତା ଦଳ ପାଇକମାଲ ବ୍ଲକ ସଭାନେତ୍ରୀ କୁମାରୀ ବରିହା ଏବଂ ପାଇକମାଲ ବ୍ଲକ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.