ବରଗଡ଼ ମହିଳା କଲେଜଠାରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ମହିଳା କଲେଜଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଯୁବ ରେଡକ୍ରସ ଦ୍ୱରା ସଂକୁଳ ସ୍ତରୀୟ ସ୍ୱେଚ୍ଛାସେବୀମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ନଗର ବିଜେଡି ସଭାପତି କିଶୋର ମିଶ୍ର ଯୋଗଦେଇ ଥିଲେ । ଏଥିରେ ଛାତ୍ରୀମାନଙ୍କୁ ଜରୁରୀ ସମୟରେ ଆଶୁ ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରେଡକ୍ରସ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କଲେଜର ଛାତ୍ରୀମାନେ ରକ୍ତଦାନ କରିଥିଲେ । ଶିବିରରେ ରକ୍ତଦାନ କ୍ଷେତ୍ରରେ ଜିଲ୍ଲାରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରକୁ ରେଡକ୍ରସ ତରଫରୁ ସମ୍ମାନିତ କରାଯାଇଥିଲା । ବିଧାୟକ ଦେବେଶ ଆଚାର୍ଯ୍ୟ ନିଷ୍ଠା ଅନୁଷ୍ଠାନକୁ ସମ୍ମାନିତ କରିଥିଲେ । ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, ତ୍ରିପୁରା ସୁହୁଲ, ସପ୍ସକେତ ଆଠଘର, ସ୍ୱସ୍ତିକ ଦାଶ, ଅମଳ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − eighteen =