csstore

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ସମଗ୍ର ବଲାଙ୍ଗିର ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏବିଇଓ ଆର୍ତ୍ତତ୍ରାଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏବିଡ଼ିଓ ପ୍ରଦୀପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମଗ୍ରୀ ବଣ୍ଟନ କରିଥିବା ବେଳେ ବିଆରସିସି ନାରାୟଣ ଭୋଇ, ପୁର୍ବତନ ବିଆରସିସି ତପନ ଦାସ, ଯୁଗ ଭୋଇ ସିଆରସିସି, ଏବିଇଓ ମହାଦେବ ମିଶ୍ର, ଅନନ୍ତ ବଗର୍ତ୍ତି ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ଶୁଭ୍ରାଂଶୁ ନାୟକ, ବିଆରର୍ଟି ରଶ୍ମିତା ପଧାନଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ୧୧ ଜଣଙ୍କୁ ସିପି ଚୌକି, ୩୪ ଜଣଙ୍କୁ ଏମ୍‌ଆର୍‌ କୀଟ ଦିଆଯାଇଛି । ଏଥିରେ ଅଜୟ ଖୁଣ୍ଟିଆ, ଦିଲୀପ ବେହେରା, ସିଆରସିସି ସହଦେବ ସୁନା, ମନଧର ଦୀପ, କୃପାନିଧି ମିଶ୍ର, ସନୋସ ଗୁପ୍ତା, ଲିଙ୍ଗ ନାଏକ, ଆଦିତ୍ୟ ରଣା, ହିମାଂଶୁ ବେହେରା, ପର୍ଶୁରାମ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.