om academy

ସଇଁନ୍ତଲା ଏସ୍‌ଇଏମ୍‌ ଓ ପମ୍ପ ଚାଳକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ପାଇଁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଏସ୍‌ଇଏମ୍‌ ଓ ପମ୍ପ ଚାଳକ ସଂଘର ସଭାପତି ଜଗନ୍ନାଥ ମାଝୀଙ୍କ ନେତୃତ୍ୱରେ ଆଜି ଏବିଡ଼ିଓ ପ୍ରଦୀପ ପଟ୍ଟନାୟକଙ୍କ ଜରିଆରେ କାର୍ଯ୍ୟ ବନ୍ଦ କରିବା ପାଇଁ ଏକଦାବୀ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ଓଡ଼ିଶା ଏସ୍‌ଇଏମ୍‌ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘ ପକ୍ଷରୁ ୮ ଦଫା ଦାବୀ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଧାରଣା ଦେଇଥିବା ବେଳେ ଏହାକୁ ଜିଲ୍ଲାର ବିଭିନ୍ନ ବ୍ଳକର କର୍ମଚାରୀମାନେ ସମର୍ଥନ କରି କାର୍ଯ୍ୟ ବନ୍ଦ କରିବା ପାଇଁ ଆଜି ଚେତାବନୀ ଦେଇଛନ୍ତି । ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ଏସ୍‌ଇଏମ୍‌ ଉଚ୍ଛେଦ କରି ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ, ସମାନ କାମ ପାଇଁ ସମାନ ଦରମା ଦିଆଯାଉ, ଗ୍ରାମ ପଞ୍ଚାୟତରୁ ଦରମା ବନ୍ଦ କରାଯାଇ ଆମକୁ ଡ଼ିପାଟମେଣ୍ଟ ଦରମା ଦିଆଯାଉ, ୫ ବର୍ଷ ବୟସ କୋହଳ କରାଯାଉ, ୧୦ ବର୍ଷର ଏରୀୟର ଦିଆଯାଉ, କାର୍ଯ୍ୟ କରୁଥିବା ବେଳେ କୌଣସି କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ୨୦ ଲକ୍ଷ କ୍ଷତି ପୂରଣ ଦିଆଯାଉ ବୋଲି ଏଭଳି ଅନେକ ଦାବୀ କରିଛନ୍ତି । ଯଦି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଲାଲୁ ରଣା, ପ୍ରତାପ ସାଗର, ନରସିଂହ ମାଝୀ, ବିକ୍ରମ ବାଗ, ରାମ ଗୋପାଳ ରଣା, ସୁଦାମ କାଳସାଏ, ଗଣେଶ ରଣା ସମେତ ଶତାଧିକ କର୍ମଚାରୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

one + twelve =