jsm

ଜୟପାଟଣା ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ରକ୍ତଦାନ ଶିବିର

csstore

ଜୟପାଟଣା, (ଶେଷଦେବ ବେହେରା) : ଭାରତୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଜୟପାଟଣା ପି ଆର୍‌ ପେଲେସ ଠାରେ ଭାରତୀୟ ଜନତା ପାର୍ଟି ଜୟପାଟଣା ଆନୁକୂଲ୍ୟରେ ଏକ ଶିବିର ଆୟୋଜନ କରାଯାଇ ୫୦ୟୁନିଟ ରକ୍ତ ସଂଗ୍ରହ ହୋଇଯାଇଛି । ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶୁଭ୍ରଜିତ ବିଶ୍ଵାଳ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ । କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ଯୁବା ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ଦେବ ସାହୁ, ଜୁନାଗଡ ପୂର୍ବ ଅଧ୍ୟକ୍ଷ ଉମେଶ ଅଗ୍ରୱାଲ, ଜିଲ୍ଲା ପୂର୍ବ ସଭାପତି ଶେଷଦେବ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା, ତାପସ ପଣ୍ଡା, ପ୍ରକାଶ ଠାକୁର, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅବିନାଶ ନନ୍ଦ, ମନୋଜ ପାତ୍ର, ବିଜୟ କୁମାର ଦିଶାରି, ମାନସ ନେଗୀ, ସୀତାରାମ ନାଏକ, ପବିତ୍ର ରାଉତ, ରଶ୍ମି ରଂଜନ ସାହୁ, ଅଭିଳାଷ ବେହେରା, ଅନୁରାଧା ବୈଠାରୁ, ଚକ୍ରବର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ । ଭବାନୀପାଟଣା ରକ୍ତଭଣ୍ଡାରର କାର୍ଯ୍ୟକର୍ତ୍ତା ସି ଟି ଡମ୍ବରୁଧର ସାହୁ, ଏଲ୍ ଟି କୃଷ୍ଣଚନ୍ଦ୍ର ସାହୁ, ଏଲ ଟି ଗିରିଶ ଚନ୍ଦ୍ର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

yuvodaya
Leave A Reply

Your email address will not be published.