jsm

ନୃସିଂହନାଥ ପୀଠରେ ସାମୁହିକ ପିଣ୍ଡଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁକ୍ତି ପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିରରେ ବରଗଡ଼ ଜିଲ୍ଲା କୁଲତା ସମାଜ ପକ୍ଷରୁ ମହାଳୟା ତିଥିରେ ପୂର୍ବଜ ପିତୃ ପୁରୁଷଙ୍କ ଆତ୍ମା ଶୁଦ୍ଧି ନିମନ୍ତେ ସାମୂହିକ ପିଣ୍ଡଦାନ କରିବା ସହ ବାର ଗୋତ୍ରର ସମସ୍ତଙ୍କ ଉଦ୍ଦେଶ୍ୟରେ ଶାନ୍ତି ହୋମ କରାଯାଇଥିଲା । ପୂଜାକର୍ତ୍ତା ଭାବେ ସୁକାନ୍ତ ସାହୁ ଏବଂ ତାଙ୍କର ଧର୍ମ ପତ୍ନୀ ରହିଥିଲେ । ପଣ୍ଡିତ ଉପେନ୍ଦ୍ର ଭୋଇ ପୂଜାକାର୍ଯ୍ୟ ତୁଳାଇ ଥିବାବେଳେ ମନ୍ଦିର ପୂଜକ ଉଦ୍ଧବ ପ୍ରଧାନ ସହଯୋଗ କରିଥିଲେ । ଏକ ସାମାଜିକ ସଭା ଆୟୋଜନ କରଯାଇଥିଲା । ବରଗଡ଼ ଜିଲ୍ଲା ଭାରପ୍ରାପ୍ତ ସଭାପତି ଅଗ୍ନି ପ୍ରଧାନ, ସମ୍ପାଦକ ଡା. ପର୍ଶୁରାମ ବାରିକ, ବରଗଡ଼ ବ୍ଲକ ସମ୍ପାଦକ ଖଗେଶ୍ୱର ସାହୁ, ଉପସଭାପତି ମନୋଜ ପ୍ରଧାନ, ବରପାଲି ବ୍ଲକ ସଭାପତି ପୁରୁଷୋତ୍ତମ ଭୋଇ, ଗାଇସିଲେଟ ବ୍ଲକ ସଭାପତି ନାରେନ୍ ସାହୁ, ମହୁଲପାଲି କେନ୍ଦ୍ର ସଭାପତି ଯୁବରାଜ ପ୍ରଧାନ, ଯୁବ ସଂଗଠନ ମୁକ୍ତିପୀଠ ନୃସିଂହନାଥ ସମ୍ପାଦକ ଭୁବନେଶ୍ଵର ସା, ଯୁବ ସମାଜସେବୀ ଯୋଗେନ୍ଦ୍ର ଭୋଇ, ଗୋକୁଳା ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, କେଶବ ସାହୁ, ଟିକେଲାଲ୍ ସାହୁ, ଡୋଳା ବଢ଼େଇ, ତୁଳସୀ ଭୋଇ, ବରିଷ୍ଠ ସାମ୍ବାଦିକ ବଡ଼ ଶତପଥୀ, ଶୁକଦେବ ପ୍ରଧାନ, ହାଡୁ ସାହୁ, ପୁରୁଷୋତ୍ତମ ପ୍ରଧାନ, କର୍ମୁ ବିଶ୍ୱାଳଙ୍କ ସହ ବହୁ ସଂଖ୍ୟାରେ ଜିଲ୍ଲାର ମହିଳା ପୁରୁଷ ଯୋଗ ଦେଇଥିଲେ । ଭୋଗ ମଣ୍ଡପରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

yuvodaya
Leave A Reply

Your email address will not be published.