csstore

ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ରକ୍ତାଭାବ ପୂରଣ ପାଇଁ ରକ୍ତଦାନ ଶିବିର

ଭୁବନେଶ୍ୱର : ବାଲେଶ୍ୱର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ରକ୍ତାଭାବ ପୂରଣ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ରେଡକ୍ରସ ଭବନରେ ତା.୦୨/୦୬/୨୦୨୩ ସନ୍ଧ୍ୟା ୭:୩୦ ଘଣ୍ଟାରୁ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି । ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକଙ୍କ (ଆଇଏଏସ୍) ତଥା ମେଜର ଡ. କଳ୍ପନା ଦାସ ଅଧ୍ୟକ୍ଷା ଶିଶୁ ଓ ମହିଳା ବିକାଶ ସୋସାଇଟି ଆନୁକୂଲ୍ୟରେ ରକ୍ତଦାନ ଶିବିରରେ ରମାଦେବୀ ବିଶ୍ଵ ବିଦ୍ୟାଳୟର ଛାତ୍ରୀମାନେ ଓ ସିଡବ୍ଲୁଡିଏସ୍‌ର ସ୍ୱେଛାସେବୀମାନେ ରକ୍ତଦାନ କରିଛନ୍ତି । କାର୍ଯ୍ୟକ୍ରମକୁ ପୂର୍ବତନ ଓଡ଼ିଶା ରାଜ୍ୟ ଶାଖା ପ୍ରକ୍ତାନ ସମ୍ପାଦକ ମେଜର ଡ. କଳ୍ପନା ଦାସ ପରିଚାଳନା କରିଥିଲେ । ଓଡିଶା ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଏହାକୁ ସଂଯୋଜନା କରିଥିଲେ । ଦୁର୍ଘଟଣାରେ ଆହତ ବ୍ୟକ୍ତି ପାଇଁ ରକ୍ତର ଅଭାବ ଯେପରି ନ ହେଉ, ତାହାକୁ ଲକ୍ଷ୍ୟ କରି ହୋଇଥିବା ରକ୍ତଦାନ ଶିବିରରେ ରେଡ଼କ୍ରସ କର୍ମୀ ବୃନ୍ଦ, ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ତଥା ସ୍ଵେଚ୍ଛାସେବୀମାନେ ଆସି ରକ୍ତଦାନ କରିଥିଲେ । କେବଳ ଭୁବନେଶ୍ଵର ନୁହେଁ କଟକ, ବାଲେଶ୍ଵରଠାରେ ହଜାର ହଜାର ସଂଖ୍ୟକ ରକ୍ତଦାତା ରକ୍ତଦାନ କରିବା ସହ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଇଚ୍ଛୁକ ରକ୍ତଦାତାମାନଙ୍କୁ ଆସି ରକ୍ତଦାନ କରି ମହତ କାର୍ଯ୍ୟରେ ଯୋଗ ଦେବାପାଇଁ ଅନୁରୋଧ କରାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱର, ସହରରେ ଅବସ୍ଥିତ ରକ୍ତ ଭଣ୍ଡାରରେ ରକ୍ତଦାତା ରକ୍ତଦାନ କରିଛନ୍ତି । ରକ୍ତଦାନ କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ, ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ରାମ ନାରାୟଣ ଦାଶ, ପ୍ରକାଶ କୁମାର ପରିଡ଼ା, ଡ଼. ନରେଶ କୁମାର ସାହୁ, ସଂଜୀବ କୁମାର ଦାସ, ଚନ୍ଦନ କୁମାର ଦାଶ, ନିରଞ୍ଜନ ବିଶ୍ଵାଳ, ବିଶ୍ୱରଂଜନ ରଥ, ସୁବ୍ରତ କୁମାର ମିଶ୍ର, ବିଜୟ ସାଗର, ବନମାଳୀ ମେହେର, ଯଦୁମଣି ବଗର୍ତ୍ତୀ, ସୁଦାମ ଚରଣ ମିଶ୍ର, ବିଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଶୃଙ୍ଖଳାର ସହ ସହଯୋଗ କରୁଛନ୍ତି ।

jayashree
Leave A Reply

Your email address will not be published.