ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବଲାଙ୍ଗିର ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ୭୭ତମ ଜନ୍ମଦିନ । ଏହି ଅବସରରେର ବଲାଙ୍ଗିର ବିଜେଡ଼ି ପକ୍ଷରୁ ଆଜି ବଲାଙ୍ଗିର ମୀନା ଟେଣ୍ଟ୍‌ ହାଉସ୍‌ରେ ଏକ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ ଆୟୋଜିତ ହୋଇଯାଇଛି । ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ବିଜେଡ଼ି ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶରେ ଆଜି ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହି କାର୍ୟ୍ୟକ୍ରମରେ ବଲାଙ୍ଗିରର ବିଜେଡ଼ିର ଅସଂଖ୍ୟ ନେତା ଓ କାର୍ୟ୍ୟକର୍ତ୍ତମାନେ ଯୋଗଦାନ କରିଛନ୍ତି । ଅନେକ ସ୍ୱେଚ୍ଛାସେବୀ ଏହି ଅବସରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି । ରକ୍ତ ଅଭାବ ଯୋଗୁଁ ଅନେକ ଲୋକେ ମୂଲ୍ୟବାନ ପ୍ରାଣ ହରାଉଥିବା ବେଳେ ଆଜିର ଏହି ରକ୍ତଦାନ ଶିବିର ସେହି ଦିଗରେ ଲୋକଙ୍କୁ ବିଶେଷ ସାହାର୍ୟ୍ୟ ପ୍ରଦାନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶ୍ରୀମତୀ ଲିକା ସାହୁ ଆହୁରି କହିଛନ୍ତି ଯେ, ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ ସାଢେ଼ ୪ କୋଟି ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରି ଓଡ଼ିଶାର ଘରେ ଘରେ ପ୍ରଶଂସାଭାଜନ ହୋଇ ପାରିଥିବା ବେଳେ ତାଙ୍କ ସ୍ୱଚ୍ଛ ଶାସନ ଓଡ଼ିଶାକୁ ବେଶ୍‌ ସମୃଦ୍ଧ କରିଛି ।

Leave A Reply

Your email address will not be published.

one × three =