csstore

ଖପ୍ରାଖୋଲ ଡାକ୍ତରଖାନା ଠାରେ ରକ୍ତଦାନ ଶିବିର : ୧୪ ୟୁନିଟ ରକ୍ତ ସଂଗ୍ରହ

ଖପ୍ରାଖୋଲ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଡାକ୍ତରଖାନା ଠାରେ ଶନିବାର ଦିନ ଯୁବ ସ୍ୱେଛାସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଜନ୍ମଦିବସ ଉପଲକ୍ଷେ ଆମ ଓଡିଶା ଏବଂ ବଲାଙ୍ଗୀର ସ୍ୱେଛାସେବୀ ସଂଗଠନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସରୋଜ ଦୀପ ମୁଖ୍ୟଅତିଥି ଓ ସିଆରପିଏଫ ୧୮୯ ବାଟାଲିୟନ ଇନ୍ସପେକ୍ଟର ପିଲିମସନ୍ ସମ୍ମାନିତ ଅତିଥିଭାବେ ଏହି ଶିବିରରେ ଯୋଗଦେଇ ଥିଲେ । ଉକ୍ତ ରକ୍ତଦାନ ଶିବିରରେ ୧୪ ୟୁନିଟ ସ୍ୱେଚ୍ଛାକୃତ ଭାବରେ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ବିନୟ କୁମାର ପଣ୍ଡା, ଦୁର୍ୟ୍ୟୋଧନ ସାହୁ, ବିପିଏମ ଯୁଗଲ କିଶୋର ସାହୁ, ଜିତୁ ସାହୁ, ଲିଙ୍କନ ସେଠ୍, ସହଦେବ ନାଗ, ଜଗଦୀଶ ସାହୁ, ଧର୍ମରାଜ ବରିହା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ପାଟଣାଗଡ଼ ଓଡ଼ିଶା ରେଡ୍‌କ୍ରସ ବ୍ଲଡ୍ ବ୍ୟାଙ୍କ୍‌ର ଲାବୋରେଟୋରୀ ଟେକ୍ନିସିଆନ୍ ବୁଲା ସାମଲ, ସହକାରୀ ଅଜୟ କୁମ୍ଭାର, ରୁଦ୍ରମଣୀ ଭୋଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ସୁବ୍ରତ ପଟ୍ଟନାୟକ, ଅଜିତ କୁମାର ଭୁଏ, ଖୁଆଲ ରଏ, ଅମୋଲ ଧାନେ, ଗୋବିନ୍ଦ ଶତପଥି, ରବୀନ୍ଦ୍ର ପ୍ରଧାନ, ପିଣ୍ଟୁ ଭୋଇ, ସତ୍ୟ ଜାଲ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ରକ୍ତଦାନ କରି ଯୁବଗୋଷ୍ଠୀଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.