pakka

ପୂର୍ବ ସରକାରରେ ଅପରାଧୀ ଏବଂ ମାଫିଆ ବେଆଇନ ଦଖଲ୍‌ ଟୁର୍ନାମେଣ୍ଟ ଖେଳୁଥିଲେ : ପିଏମ୍‌ ମୋଦୀ

bbehera

ମେରଠ (ଉତ୍ତରପ୍ରଦେଶ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟକୁ ମେରଠକୁ ଉପହାର ଦେଇଛନ୍ତି । ମେରଠରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ କଡ଼ା ଆକ୍ରମଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପୂର୍ବ ସରକାରରେ ଅପରାଧୀ ଏବଂ ମାଫିଆ ବେଆଇନ ଦଖଲ୍‌ର ଟୁର୍ନାମେଣ୍ଟ ଖେଳୁଥିଲେ । ଏହାପୂର୍ବରୁ ଯେଉଁମାନେ ଝିଅମାନଙ୍କ ଉପରେ ଅତ୍ୟାଚାର କରୁଥିଲେ, ସେମାନେ ମୁକ୍ତ ଭାବରେ ବୁଲୁଥିଲେ । ମେରଠ ଏବଂ ଏହାର ଆଖପାଖର ଲୋକମାନେ ଭୁଲି ପାରିବେ ନାହିଁ ଯେ, ପୂର୍ବରୁ ସେମାନଙ୍କ ଘର ପୋଡି ଯାଇଥିଲା । ଲୋକମାନେ ସେମାନଙ୍କ ପୈତୃକ ଘର ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏଭଳି ଅପରାଧୀଙ୍କ ସହ ଜେଲ-ଖେଳ ଖେଳୁଛନ୍ତି । ୫ ବର୍ଷ ପୂର୍ବେ ଏହି ମେରଠର ଝିଅମାନେ ସନ୍ଧ୍ୟା ପରେ ନିଜ ଘରୁ ବାହାରିବାକୁ ଭୟ କରୁଥିଲେ । ଆଜି ମେରଠର ଝିଅମାନେ ସମଗ୍ର ଦେଶ ପାଇଁ ଗୌରବ ଆଣୁଛନ୍ତି । ସରକାରଙ୍କ ଭୂମିକା ଜଣେ ଅଭିଭାବକଙ୍କ ଭଳି ।

jay balangir
Leave A Reply

Your email address will not be published.

ten − six =

error: Content is protected !!