pakka

ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆ ଆଉ ନାହାନ୍ତି

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆଙ୍କ ଆଜି ୮୯ବର୍ଷ ବୟସରେ ଅପରାହ୍ନ ଦୁଇ ଘଂଟା ସମୟରେ ନିଜ ପାଇକପଡ଼ା ବାସଭବନରେ ପରଲୋକ ହେଇଯାଇଛି । ଶିକ୍ଷକତା ଜୀବନରେ ଜଣେ କର୍ତ୍ତବ୍ୟନିଷ୍ଠ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲା । ତେବେ ଶିକ୍ଷକତାରୁ ଅବସର ନେବାପରେ ସେ କଂଗ୍ରେସର ଜଣେ ସମର୍ପିତ କର୍ମୀ ଭାବରେ ନିଜକୁ ଠିଆ କରେଇପାରିଥିଲେ । ଜୀବନକାଳ ଯାକ ସେ ଏହି ଅଂଚଳରେ କଂଗ୍ରେସକୁ ନିଜର ସଂପୂର୍ଣ୍ଣ ସମୟ ଦେଇଥିଲେ । ସେ ମ.ରାମପୁର ମେଡ଼ିକାଲରେ ଡ଼ାକ୍ତର ନିଯୁକ୍ତିଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ୟ୍ୟରେ ଆଗରେ ଠିଆ ହେଉଥିଲେ ଏବଂ ସ୍ୱର ଉତ୍ତୋଳନ କରୁଥିଲେ । ତାଙ୍କରି ବିୟୋଗ ପରେ ଆଜି ତାଙ୍କରି ଶେଷ ଦର୍ଶନ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ବିଭୂତି ଭୂଷଣ ମହାଖୁଡ଼, ଚମରା ବଗର୍ତ୍ତୀ, ମ.ରାମପୁର ସରପଂଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ପହଂଚି ଶ୍ରୀ ବାଣୁଆଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ । ତାଙ୍କରି ବିୟୋଗର ଖବର ପାଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାଶ, ରାଜସ୍ୱ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନର୍ଲା ବିଧାୟକ ଭୂପିନ୍ଦର ସିଂ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

jay balangir
Leave A Reply

Your email address will not be published.

five × two =

error: Content is protected !!