pakka

ହିନ୍ଦୁ ସଂଗଠିତ ନହେଲେ ସମ୍ବିଧାନ ମଧ୍ୟ ରକ୍ଷା କରିପାରିବ ନାହିଁ : ସ୍ୱାମୀ ଜୀବନ ମୁକ୍ତାନନ୍ଦ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : କାଶ୍ମୀର ଠାରୁ କୈରାନା ଯାଏ ଦିନକୁଦିନ ହିନ୍ଦୁମାନଙ୍କ ପଳାୟନ ଜାରି ରହିଥିବା ବେଳେ ଏ ଦେଶର ବିଭିନ୍ନ ଭାଗରେ ହିନ୍ଦୁମାନଙ୍କ ଜୀବନଧାରା ଦୁର୍ବିସହ ହେଉଛି । ଯେଉଁଠି ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେଠି ହିନ୍ଦୁ ହତ୍ୟା, ବଳାତ୍କାର ତଥା ଅମାନୁଷିକ ଅତ୍ୟାଚାରର ଶିକାର ହେଉଛି । ଅନ୍ୟପକ୍ଷେ ଆଇନ କାନୁନ, ବ୍ୟବସ୍ଥା ସର୍ବୋପରି ସମ୍ବିଧାନ ମଧ୍ୟ ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହେଉଛି । ତେବେ ହିନ୍ଦୁସ୍ତାନ ନାମରେ ପରିଚିତ ଭାରତରୁ ହିନ୍ଦୁ ଆଉ କେତେଦିନ ପଳାୟନ କରିବ ? ନିଜ ଭିଟାମାଟିରେ ହିନ୍ଦୁ ଆଉ କେତେଦିନ ତୃତୀୟ ନାଗରିକ ଭଳି ଅଭିଶପ୍ତ ଜୀବନ ଅତିବାହିତ କରିବ ? ଏକଥାକୁ ବିଚାର କରିବାର ଉପଯୁକ୍ତ ସମୟ ଉପନୀତ ହୋଇଛି । ତେଣୁ ସମୟ ଆସିଛି ଛୁଆଁ ଅଛୁଆଁ ଭେଦଭାବକୁ ମୁଳୋତ୍ପାଟନ କରି ସଶକ୍ତ ଓ ସଂଗଠିତ ହିନ୍ଦୁ ସମାଜ ନିର୍ମାଣ ନିମିତ୍ତ ଆଗଭର ହେବାର । ନଚେତ ସମ୍ବିଧାନ ମଧ୍ୟ ହିନ୍ଦୁମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ । ଗତକାଲି ସଦର ବ୍ଲକ ଅନ୍ତର୍ଗତ ବୀରବୀରାକୁ ଆସିଥିବା ବେଳେ ଏକ ସାମ୍ବାଦିକ ସମ୍ବିଳନୀକୁ ସମ୍ବୋଧିତ କରି ଏଭଳି ମତ ରଖିଛନ୍ତି ବିଶ୍ୱହିନ୍ଦୁ ପରିଷଦର ଜାତୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ । ଏହି ଅବସରରେ ଶ୍ରୀ ପୁରୀ ଆହୁରି କହିଛନ୍ତି ଯେ, ଓଡିଶାରେ ୧୯୬୦ ମସିହାରୁ ଗୋ-ହତ୍ୟା ଓ ୧୯୬୭ ମସିହାରୁ ଧର୍ମାନ୍ତରୀକରଣ ବିରୁଦ୍ଧରେ ସଶକ୍ତ ଆଇନ ଥିଲେ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ଯେଭଳି ପରିମାଣରେ ଗୋ-ହତ୍ୟା ଓ ଧର୍ମାନ୍ତରୀକରଣ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଜିଲ୍ଲାରେ ଖୁଲମଖୁଲା ଗୋ-ହତ୍ୟା ହୋଇ ଶାଗମାଛ ଭଳି ଗୋ-ମାଂସ ବିକ୍ରି ହେଉଥିବା ବେଳେ ଭୟ, ଅନ୍ଧବିଶ୍ୱାସ ଓ ପ୍ରଲୋଭନ ଦେଖାଇ ଶାନ୍ତ ସରଳ ହିନ୍ଦୁମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଉଛି । ତେବେ ରାଜ୍ୟରେ ସଶକ୍ତ ଆଇନ ସତ୍ତ୍ୱେ ଏସବୁ ବେଆଇନ କାର୍ଯ୍ୟକୁ ରୋକିବା ପରିବର୍ତ୍ତେ ଜିଲ୍ଲା ପୋଲିସ ଓ ପ୍ରଶାସନ ଓଲଟା ଏହାକୁ ନୀରବ ସମର୍ଥନ କରୁଛି । ଯଦି ଦଳ ମତ ନିର୍ବିଶେଷରେ ଏହାକୁ ବିରୋଧ କରାନଯିବ ତା’ହେଲେ ଆଉ କିଛିଦିନ ପରେ ସୁନ୍ଦରଗଡ଼ ଜିଲ୍ଲାରୁ ମଧ୍ୟ ହିନ୍ଦୁ ପଳାୟନ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲା ପ୍ରଶାସନକୁ ଚେତାଇ ଦେଇଥିଲେ । ତା’ସହିତ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ବିଶ୍ୱହିନ୍ଦୁ ପରିଷଦର ସଂଗଠନକୁ ବିସ୍ତାର କରି ସମୃଦ୍ଧ ଓ ସଶକ୍ତ ହିନ୍ଦୁ ସମାଜ ନିର୍ମାଣ ଦିଗରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

9 − three =