pakka

ଶ୍ରଦ୍ଧା ହତ୍ୟା ମାମଲା : ଅଫ୍‌ତାବର ପଲିଗ୍ରାଫ୍ ଟେଷ୍ଟ ଆଜି ଚତୁର୍ଥ ଥର ପାଇଁ କରାଯିବ, ନାର୍କୋ ଟେଷ୍ଟ ପାଇଁ ୭୦ଟି ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ

bbehera

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଫ୍‌ତାବର ପୁଣି ଥରେ ପଲିଗ୍ରାଫ୍ ଟେଷ୍ଟ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଅଫ୍‌ତାବର ପଲିଗ୍ରାଫ୍ ଟେଷ୍ଟ ୨୦ ଘଣ୍ଟାରୁ ଅଧିକ ସମୟ ଧରି କରାଯାଇଛି । ଏହା ସତ୍ତ୍ୱେ ଦିଲ୍ଲୀ ପୋଲିସକୁ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିନାହିଁ । ଅଫ୍‌ତାବ ଏତେ ଚତୁର ଯେ ସେ ପଲିଗ୍ରାଫ୍ ଟେଷ୍ଟକୁ ମଧ୍ୟ ସେ ଚକ୍‌ମା ଦେଇଛି । ତେବେ ଅଫ୍‌ତାବର ଉତ୍ତର ଏବଂ ମିଳିଥିବା ପ୍ରମାଣ ଆଧାରରେ ଦିଲ୍ଲୀ ପୋଲିସ ନିଶ୍ଚିତ ଭାବରେ ନାର୍କୋ ପରୀକ୍ଷା ପାଇଁ ୭୦ଟି ପ୍ରଶ୍ନର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି । ବର୍ତ୍ତମାନ ନାର୍କୋ ପରୀକ୍ଷଣରୁ ଶ୍ରଦ୍ଧା ହତ୍ୟା ମାମଲାରେ ବଳିଷ୍ଠ ପ୍ରମାଣ ମଳିପାରିବ ବୋଲି ଦିଲ୍ଲୀ ପୋଲିସ ଆଶା କରୁଛି ।

Leave A Reply

Your email address will not be published.

5 × one =