jsm

ସାକୁରା ବେହେରା ସ୍ମାରକୀ ରକ୍ତଦାନ ଶିବିର

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରଠାରେ ସମାଜସେବୀ ସାକୁରା ବେହେରାଙ୍କ ସପ୍ତମତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସର୍ବମୋଟ ଏକ ଶହ ୟୁନିଟ ରକ୍ତ ସଂଗ୍ରହ ହୋଇ ବ୍ଲଡ଼ବ୍ୟାଙ୍କକୁ ପ୍ରଦାନ କରାଯାଇଛି । ଏହି ମେଗା ରକ୍ତଦାନ ଶିବିର ନିୟୁ ରିଡିଙ୍ଗ ରୁମ ପରିସରରେ ଏବଂ ଶ୍ରଦ୍ଧାଞ୍ଜଳି ସମାରୋହ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସର୍ବଶ୍ରୀ ଚିଙ୍କରା କୁମାର ବେହେରା, ଜଲାଲ ଖାଁନ, ଇଜୁ ଅମୀନ ଖାଁନ, ରୋଶନ ପାଣିଗ୍ରାହୀ, ରାଜ କୁମାର ନାୟକ, ଚିଦାନନ୍ଦ ପ୍ରଧାନ, ସୁବୋଧ ସୁମନ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଲକ୍ଷ୍ମଣ ଭବନ କ୍ଲବ ସମ୍ପାଦକ ସାଲ କ୍ରିଷ୍ଣାରେଡ୍ଡୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସିପିଆଇନେତା ଆଡଭୋକେଟ ଡ଼ି.ଆଦି ନାରାୟଣ ରେଡ୍ଡୀ, ନୀଳକଣ୍ଠ ଦାସ ପ୍ରମୁଖ ବହୁ ସିପିଆଇ ନେତା କର୍ମୀ ଯୋଗଦେଇ ସ୍ୱର୍ଗତ ସାକୁରା ବେହେରାଙ୍କର ସ୍ମୃତିଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

yuvodaya
Leave A Reply

Your email address will not be published.