ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ ବାରବନ୍ଧା ଅଂଚଳରେ ଆଜି କଳାହାଣ୍ଡିର ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ନିଜେ ଉପଜିଲ୍ଳାପାଳ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଉପଲବ୍ଧି କରି ସ୍ଥାନୀୟ ତହସିଲଦାର ସୟଦ ଇସାକ ମଦିନାଙ୍କ ସହିତ ବାରବନ୍ଧା, ପୁଜିଲଡୁ ଅଂଚଳକୁ ଯାଇ ବାସିନ୍ଦା ପ୍ରମାଣପତ୍ର, ଜାତିଗତ ପ୍ରମାଣ ପତ୍ର, ରୋଜଗାର ପ୍ରମାଣପତ୍ର ଭଳି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦିଆଗଲା । କରୋନା କାଳରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇ, ଲୋକଙ୍କ ପାଖକୁ ସେବା ପହଂଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ପରିଦର୍ଶକ ତପୋଧନ ବାରିକ, ରାଜସ୍ୱ ନିରୀକ୍ଷକ ମୁନସି ରାମ ମାଝୀ, ରେକର୍ଡ଼ କିପର ଯୋଗେଶ୍ୱର ପୋଢ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

20 + ten =

error: Content is protected !!