କଳାହାଣ୍ଡି ଯୁବ କଂଗ୍ରେସ ତରଫରୁ ମ.ରାମପୁର ଅଂଚଳରେ ରନ୍ଧାଖାଦ୍ୟ ବିତରଣ

ମ.ରାମପୁର, (ହେମନ୍ତ ସାହୁ) : କରେନା କାଳ ପୁଣି ଲକଡ଼ାଉନ, ଘରୁ ବି ବାହାରିବା ମନା । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଘରୁ ନ ବାହାରିଲେ ଘରେ ଚୁଲିଜଳିବା କଷ୍ଟକର ହେଇପଡ଼େ । ଏଭଳି ଜଟିଳ ପରିସ୍ଥିତିରେ ସହାୟତାର ହାତ ବଢାଇଛି କଳାହାଣ୍ଡି ଯୁବ କଂଗ୍ରେସ । ଜିଲ୍ଲା ଯୁବକଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଂଚଳରେ ଅତି ଗରୀବ, ଅସହାୟ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ମାନସିକ ରୋଗୀମାନଙ୍କୁ ଘର ଘର ବୁଲି ରନ୍ଧା ସୁଷମ ଖାଦ୍ୟ ବଂଟନ କରାଯାଇଛି । ଯୁବ କଂଗ୍ରେସ ସଭାପତିଙ୍କ ସହିତ ଏହି କାର୍ୟ୍ୟକ୍ରମରେ ସୁରେଶ ରାଓ(କେସିଙ୍ଗା, ପୂର୍ବତନ ନଗର ସଭାପତି)ସଂଯୁକ୍ତା ପୁରୋହିତ(ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି), ଡ଼ାକେଶ୍ୱର ଲହଜଲ(ଧର୍ମଗଡ଼), ବିଭୂତି ଭୂଷଣ ମହାଖୁଡ଼(ମ.ରାମପୁର ପୂର୍ବତନ ବ୍ଲକ ସଭାପତି), ସୁନୀଲ ସାହୁ, ଅନବର ହୁସେନ, ଆକାଶ ସୁନାନୀ, ଭୋଲୁ ନାଏକ, କୁମୁଦ ଗହୀର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଯୁବ କଂଗ୍ରେସର ଏହି ମହତ କାର୍ଯ୍ୟକୁ ବିିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

twenty − five =

error: Content is protected !!