om academy

ଲୁହାସିଂହା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିକାଂଶ ସମୟ ବନ୍ଦ ରହୁଥିବା ଅଭିଯୋଗ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ଅନ୍ତର୍ଗତ ଲୁହାସିଂହା ଠାରେ ଥିବା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଲୁହାସିଂହା ଆରଆଇ ସର୍କଲରେ ପ୍ରାୟ ୪ ଗୋଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ବେଳେ ରାଜସ୍ୱ ନୀରିକ୍ଷକ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକ ହେଉଥିବା ଜାତି, ସ୍ଥାୟୀ ବାସିନ୍ଦା, ଆୟ ପ୍ରମାଣ ଆଦି ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ବେଳେ ରାଜସ୍ୱ ନୀରିକ୍ଷକଙ୍କ ଭେରିଫିକେସନ୍‌ ଓ ଅନ୍ୟାନ୍ୟ ସାର୍ଟିଫିକେଟ, ଜମି ଡିମାରକେସନ ଆଦି କାର୍ଯ୍ୟଗୁଡ଼ିକରେ ରାଜସ୍ୱ ନୀରିକ୍ଷକଙ୍କ ଆବଶ୍ୟକ ପଡୁଥିବା ବେଳେ ଅଫିସ ସମୟରେ ରାଜସ୍ୱ ନୀରିକ୍ଷକ ଅନୁପସ୍ଥିତ ରହୁଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ସହ ଜନସାଧାରଣ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏନେଇ ରାଜସ୍ୱ ନୀରିକ୍ଷକଙ୍କୁ ଯୋଗାଯୋଗ କରିବାରୁ ଅଫିସ ଖୋଲା ହେଉଛି ହେଲେ ମୁଁ ବାହାରେ ଫିଲ୍ଡ ପରିଦର୍ଶନରେ ଅଛି ବୋଲି କହି ଫୋନ୍ କାଟି ଦେଇଥିଲେ ।

Leave A Reply

Your email address will not be published.