ନୂଆପଡା ଜିଲ୍ଳାର ମହିଳା ରାଜମିସ୍ତ୍ରୀ ପଦ୍ମିନୀ ରଣା

ନୂଆପଡା, (ନିରାକାର ମେହେର) : ସବୁବେଳେ କଥା କଥାରେ ପୁରୁଷ ଓ ମହିଳାଙ୍କ କାମକୁ ନେଇ ବହୁତ ସ୍ଥାନରେ ତୁଳନା କରାଯାଏ । ଏହି କାମ ମହିଳାମାନେ କରିପାରନ୍ତି ନାହିଁ ପୁରୁଷମାନେ କରିପାରନ୍ତି । ଏମିତି କଥା ସବୁବେଳ ଶୁଣିବାକୁ ମିଳେ । ଏପରି ଏକ ଦୃଶ୍ୟ ଦେଖିବାକୁ ମଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁର ଝିଅ ପଦ୍ମିନୀ ରଣା ବୟସ (୨୦) ରାଜମିସ୍ତ୍ରୀ କାମ କରି ତାଙ୍କ ପରିବାରର ପ୍ରତିପୋଷଣ କରୁଛନ୍ତି । ସୂଚନା ଅନୁସାରେ ପରିବାର କହିଲେ ତାଙ୍କ ମା’ ଓ ନିଜେ ପଦ୍ମିନୀ । ୧୮ ବର୍ଷ ତଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା ତାଙ୍କର ୨ଟି ଭଉଣୀ ବିବାହ କରିସାରିଛନ୍ତି । ପରିବାରରେ ପୁରୁଷ ପିଲା କେହି ନାହିଁନ୍ତି ତେଣୁ ପରିବାର ପ୍ରତିପୋଷଣ କରିବା ପାଇଁ ମିସ୍ତ୍ରୀ କାମ କରୁଛନ୍ତି । ଦିନ ବେଳେ ମିସ୍ତ୍ରୀ କାମ କରନ୍ତି ଓ ରାତ୍ରିରେ ପାଠ ପଢ଼ନ୍ତି । ପଦ୍ମିନୀ ବୁଦ୍ଧି କୋମନା କଲେଜରେ ଯୁକ୍ତ ଦୁଇ କଳାରେ ପାଠ ପଢୁଛନ୍ତି । ପଦ୍ମିନୀ ଚାରି ବର୍ଷ ହେବ ରାଜମିସ୍ତ୍ରୀ କାମ କରି ପରିବାରର ପ୍ରତିପୋଷଣ କରୁଥିବାରୁ ଅଞ୍ଚଳର ଜନସାଧାରଣ ପଦ୍ମିନୀଙ୍କ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.

20 − fourteen =