pakka

ରଘୁମଣି ପାଣ୍ଡିଆଙ୍କ ଦେହାନ୍ତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ମୂଳନିବାସୀ ରଘୁମଣି ପାଣ୍ଡିଆଙ୍କ ବୁର୍ଲା ମେଡିକାଲରେ ପରଲୋକ ହୋଇଯାଇଛି । ଦୁଇ ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ କଲାପରେ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହେଉଥିଲା । ସେ ଗତ ୨୫ ବର୍ଷ ଧରି ସମ୍ବଲପୁର ଏଡିଜେ ଓ ଡିଷ୍ଟ୍ରିକ୍‌ କୋର୍ଟରେ ସରକାରୀ ଓକିଲ ରୂପେ ନିଯୁକ୍ତ ଓ କାର୍ଯ୍ୟରତ ଥିଲେ । ସେ ସମ୍ବଲପୁର ଠାରେ ତାଙ୍କ ଓକିଲାତି ଜୀବନ ଆରମ୍ଭ କରି ବିଭିନ୍ନ ମହଲରେ ଲୋକପ୍ରୀୟତା ଅର୍ଜନ କରିଥିଲେ । ସେ ଜଣେ ଶାନ୍ତ ଓ ସରଳ ପ୍ରକୃତିର ବ୍ୟକ୍ତିତ୍ୱ ହେତୁ ଅଞ୍ଚଳବାସୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଏକମାତ୍ର ପୁଅ ଆଶୁତୋଷ ପାଣ୍ଡିଆ ମୁଖାଗ୍ନି ଦେଇଥିଲେ । ପ୍ରକାଶ ଥାଉ କି ସ୍ୱର୍ଗତ ରଘୁମଣି ପାଣ୍ଡିଆ ବଲାଙ୍ଗିରରୁ ସମ୍ବଲପୁର ଯାଇ ଭୁତାପଡା (ଜେଲ ପଛପଟ)ରେ ଘର କରି ରହୁଥିଲେ ।

jay balangir
Leave A Reply

Your email address will not be published.

13 + 2 =