pakka

ବରପାଲିରେ ପୁସ୍ତକ ଉନ୍ମୋଚନ ଉତ୍ସବ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଗଙ୍ଗାଧର ମେହେର କ୍ଲବ ପରିସରରେ ଆଜି ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ ଏବଂ ରଘୁନାଥ ବିଶିଙ୍କ ଉପନ୍ୟାସ ‘ସବ୍ୟସାଚୀ’ ପ୍ରିୟମ୍ବଦାର ପଞ୍ଚମ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବକ୍ତା ଭାବେ ଡଃ କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇ ଉନ୍ମୋଚିତ ପୁସ୍ତକ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଫେସର ସୁଦର୍ଶନ ପୁଜାରୀ ଯୋଗ ଦେଇ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ କାବ୍ୟ ଉପରେ ଆଲୋଚନା କରିଥିଲେ । ସଭାକୁ ଡଃ ଘନଶ୍ୟାମ ପାଣିଗ୍ରାହୀ ସଂଯୋଜନା କରିଥିଲେ । ସଭାରେ ଅନେକ କବି ଲେଖକ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

one × 4 =