pakka

ସର୍ବ ଭାରତୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ଅବନୀ ପୁରସ୍କୃତ

bbehera

କର୍ଣ୍ଣାଟକର : କର୍ଣ୍ଣାଟକର କୁଣ୍ଡାପୁର ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ୟଙ୍ଗଚିତ୍ର ମହୋତ୍ସବ ‘କାର୍ଟୁନୁ ହବ୍ୱା’ ନଭେମ୍ବର ୨୩ ଓ ୨୭ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସର୍ବଭାରତୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡିଶାର ଖ୍ୟାତନାମା ବ୍ୟଙ୍ଗଚିତ୍ର ଶିଳ୍ପୀ ଅବନୀ ରଥଙ୍କ ବ୍ୟଙ୍ଗ ଚିତ୍ର ତୃତୀୟ ପୁରସ୍କାର ଲାଭ କରିଛି । ‘ହାମୋନୀ ଇଜ୍‌ ଲଭ୍‌’ ବା ସମନ୍ୱୟ ହିଁ ପ୍ରେମ’ ଶୀର୍ଷକ ବିଷୟବସ୍ତୁ ଉପରେ ଆହ୍ୱାନ କରାଯାଇଥିବା ବ୍ୟଙ୍ଗଚିତ୍ର ପ୍ରେରଣ କରି ସାରା ଭାରତର କାର୍ଟୁନିଷ୍ଟ ମାନେ ପ୍ରତିଯୋଗିତାରେ ଅଂଶଗହଣ କରିଥିଲେ । ଉଦ୍‌ଯାପନୀ ଦିବସରେ ଏକ ଭବ୍ୟ ସମାରୋହରେ ପୁରସ୍କୃତ ବ୍ୟଙ୍ଗଚିତ୍ରଶିଳ୍ପୀଙ୍କ ନାମ ଘୋଷଣା କରାଯାଇଥିଲା । ଏହି ମହୋତ୍ସବର ଅନ୍ୟତମ ଆୟୋଜକ ପ୍ରଖ୍ୟାତ ବ୍ୟଙ୍ଗଚିତ୍ର ଶିଳ୍ପୀ ସତୀଶ ଆଚାର୍ଯ୍ୟ ତତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ୱରୂପ ଗ୍ରାଫିକ୍‌ ଟାବ୍‌ଲେଟ୍‌ ପ୍ରଦାନ କରାଯିବ । ଅବନୀ ନିଜ ବ୍ୟଙ୍ଗ ଚିତ୍ରରେ ଦୁଇଟି ଚପଲ ମଧ୍ୟରେ ଥିବା ଅତୁଟ ପ୍ରେମକୁ ଅତି ଚିତ୍ତାକର୍ଷକ ରୂପେ ପ୍ରଦର୍ଶିତ କରିଛନ୍ତି । ନିଜର ପ୍ରିୟତମ ଠୁଁ ଦୂରେଇଗଲେ ନିଜର ଅସ୍ତିତ୍ୱ ହରାଉଥିବା ଚପଲ ମାଧ୍ୟମରେ ସମାଜକୁ ଏକ ନିଚ୍ଛକ ବାର୍ତ୍ତା ପ୍ରଦାନ କରିଛନ୍ତି । ପ୍ରତିଯୋଗିତାଟି ଏକ୍ସ-ପି, ପେନ୍‌ ଓ ନିଫ୍‌ ଡ୍ରିମ୍‌ସ୍‌ର ସହଭାଗିତାରେ ଆୟୋଜିତ ହୋଇଥିଲା । ନିଜର ଭ୍ରାତା ଅଶ୍ୱିନୀଙ୍କ ସହ ଯୁଗ୍ମଭାବରେ “ଅଶ୍ୱିନୀ-ଅବନୀ” ନାମରେ ପରିଚିତ ଏହି କାର୍ଟୁନିଷ୍ଟ ଯୋଡି ପୂର୍ବରୁ ମଧ୍ୟ ଅନେକ ଆନ୍ତର୍ଜାତୀୟ ତଥା ଜାତୀୟ ପ୍ରତିଯୋଗିତାରେ ପୁରସ୍କୃତ ହୋଇସାରିଛନ୍ତି । ଏମାନଙ୍କ ଅନେକ ବ୍ୟଙ୍ଗଚିତ୍ର ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ମଧ୍ୟ ହୋଇସାରିଛି ।

jay balangir
Leave A Reply

Your email address will not be published.

11 − 11 =