om academy

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନ୍‌ଫରେନ୍ସ ହଲଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ଆୱାର୍ଡରେ ସମ୍ମାନିତ କରିଛନ୍ତି । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା କରାଟେ କୋଚ ଅସୀମ କୁମାର ଭୋଇ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଠାରୁ ଏହି ପ୍ରକୃତି ମିତ୍ର ଆୱାର୍ଡ ଓ ୨୦ହଜାର ଟଙ୍କା ଅର୍ଥ ରାଶି ଗ୍ରହଣ କରିଛନ୍ତି । ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନ କନଫରେନ୍ସ ହଲଠାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଦ୍ୱାରା ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଅମାତ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଓଡିଶା ସରକାର, ସତ୍ୟବ୍ରତ ସାହୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଦେବୀଦତ୍ତ ବିଶ୍ୱାଲ ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି କରାଟେ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବା, ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବା, ଜଳ ସଂରକ୍ଷଣ, ଜଙ୍ଗଲ ବଞ୍ଚାଅ ସଚେତନତା, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ତଥା ଅନେକ ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗ ଦ୍ୱାରା ଭୁବନେଶ୍ୱରଠାରେ ପ୍ରକୃତି ମିତ୍ର ଆୱାର୍ଡ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.