om academy

ବଣାଇଗଡ ବିଜୁ ପାର୍କରେ ବିଶ୍ୱ ପରିବେଶ ଦିବସ ପାଳନ

jsm

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ । ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇ ସଚେତନତା କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁନ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତକାଲି ବଣାଇ ବନଖଣ୍ଡ ପକ୍ଷରୁ ବଣାଇ ବିଜୁ ପାର୍କଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ସହ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଯୋଗଦେଇ ବିଭିନ୍ନ ପ୍ରକାରର ଫଳ ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଶ ସନ୍ତୁଳିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବଣାଇ ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକ ଶୁଶାନ୍ତ କୁମାର ଜେନା ଓ ସମୀର ପ୍ରକାଶ ତିର୍କି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହିତ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଛ ଓ ନିର୍ମଳ ରଖିବାକୁ ପଡିବ ବୋଲି କହିଥିଲେ । ପ୍ରକୃତି ସହ ସମନ୍ୱୟ ରକ୍ଷା କରି ବ୍ୟାପକ ବୃକ୍ଷ ରୋପଣ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସୁସ୍ଥ ପରିବେଶର ମହତ୍ତ୍ଵକୁ ହୃଦୟଙ୍ଗମ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀ, ବନବିଭାଗ କର୍ମଚାରୀ ଓ ବଣାଇର ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ବଣାଇ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର, ବନପାଳ ଜ୍ଞାନରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ ରେଞ୍ଜର ନବୀନ ପ୍ରଧାନ, ବନପାଳ ସଦାଶିବ ପାତ୍ର ଓ ସତ୍ୟ ନାରାୟଣ ମିଶ୍ରଙ୍କ ସହ ବନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.