pakka

ମାତୃପ୍ରେମୀ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟତିଥି ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକଟର-୫ ସ୍ଥିତ ଅରବିନ୍ଦ ଯୋଗମନ୍ଦିରର ଏନେକ୍ସ ହଲରେ ଶିକ୍ଷାବିତ ତଥା ସମାଜସେବୀ ଡକ୍ଟର କିଶୋରୀ ଦାଶଙ୍କ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଚରଣ ଆଶ୍ରିତା ଦିବଙ୍ଗତା ମାଆ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟାତିଥି ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀମା ଶ୍ରୀଅରବିନ୍ଦ ଦର୍ଶନ ଆଧାରିତ “ଅମୃତତ୍ତ୍ୱର ସନ୍ଧାନରେ ମଣିଷ” ଶୀର୍ଷକ ଏକ ଆଲୋଚନାରେ ନିଜ ବକ୍ତବ୍ୟ ରଖିଥିଲେ ବିଶିଷ୍ଟ ପ୍ରବକ୍ତା ମାତୃପ୍ରେମୀ ରମେଶ ସାହୁ । ସ୍ୱାଗତ ଭାଷଣ ସହ ବିଷୟ ବସ୍ତୁର ଅବତାରଣା କରିଥିଲେ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହ ଓ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଶ୍ରୀ ଅରବିନ୍ଦ ଯୋଗମନ୍ଦିରର ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର । ପ୍ରାରମ୍ଭରେ ଯନ୍ତ୍ର ସଂଗୀତ ସହ ନୀରବତା ଅବଲମ୍ବନ ପରେ ଦୁର୍ଗା ସ୍ତୋତ୍ର ପାଠ କରିଥିଲେ ଚିତ୍ତରଞ୍ଜନ ନନ୍ଦୀ, ଶ୍ରୀ ଅରବିନ୍ଦରଚିତ “ସାବିତ୍ରୀ” ଆବୃତ୍ତି କରିଥିଲେ ଘୋଷ ଦାଦା ଓ ମାତୃସଂଗୀତ ଗାନ କରିଥିଲେ ନମିତା ଅପା । କାର୍ଯ୍ୟକ୍ରମକୁ ବିଶ୍ୱନାଥ ଆଇଚ ସଂଚାଳନ କରିଥିଲା ବେଳେ ଆୟୋଜିକା ଡକ୍ଟର କିଶୋରୀ ଦାଶ ସଭିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଇନ୍ଦୁମତୀ ଦାଶଙ୍କ କନିଷ୍ଠ ପୁତ୍ର ଶରତ ଦାଶ ଓ ଜ୍ୟେଷ୍ଠ ପୌତ୍ର ଅବିନାଶ ଦାଶ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟାକ୍ରମର ସଫଳତା ପାଇଁ ରଂଜିତ ଦାଶ, ଗୋଦାବରୀଶ ପଢ଼ିଆରୀ, ଅଜୟ ସ୍ୱାଇଁ, ଅକ୍ଷୟ ଦାଶ, ଅରୂପ ସୁବୁଦ୍ଧି ବିଭାସ ଦାସ, ରମା ଦାସ, ଭାସ୍କର ପଶାୟତ, ସନ୍ତୋଷ କୁମାର, ଶ୍ରୀ ଅରବିନ୍ଦ ସ୍କୁଲର ଶିକ୍ଷକଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯଥା ଡାକ୍ତର ରାଜ୍ୟବର୍ଦ୍ଧନ ପଟ୍ଟନାୟକ, ଭାରତ ଭୂଷଣ ମହାନ୍ତି, ମୀନକେତନ ପଶାୟତ ଡାକ୍ତର ଗୀତାଞ୍ଜଳି ପତ୍ରୀ, ସୁଦାମ ଦାଶ, ପ୍ରଦୀପ ରାଉତରାୟ, ଡକ୍ଟର ତୁଷାରକାନ୍ତ ଗୟା, ପ୍ରକାଶ ସାହାଣୀ, ଅକ୍ଷୟ ଧଳ, କୁଞ୍ଜନ ବୋଷ, ସ୍ନେହ ନାୟକ, ଅର୍ପିତା ମହାପାତ୍ର, ଡକ୍ଟର ସରୋଜିନୀ ସାହୁ, ସ୍ନେହ ପଟ୍ଟନାୟକ ତଥା ବହୁ ମାତୃପ୍ରେମୀ ଓ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

nineteen + eighteen =