pakka

ବାଦିମାଲ ଗ୍ରାମରେ ଚନ୍ଦନ ଯାତ୍ରା ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଜ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ବାଦିମାଲ ଗ୍ରାମରେ ଚନ୍ଦନ ଯାତ୍ରା ତିନିଦିନ ଧରି ପାଳିତ ହୋଇ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଦୁଇ ବର୍ଷ କରୋନା କଟକଣାକୁ ନେଇ ଚନ୍ଦନ ଯାତ୍ରା ମହୋତ୍ସବ ବନ୍ଦ ରହିଥିବା ବେଳେ ଏ ବର୍ଷ ମହା ସମାରୋହରେ ପାଳନ କରାଯାଇଛି । ଗ୍ରାମ୍ୟ କମିଟି ତରଫରୁ କର୍ତ୍ତାଭାବେ ଜେଜେରାମ ବଣ୍ତା ଓ ତାଙ୍କ ଧର୍ମପତ୍ନୀ ମତୀ ରେବତୀ ବଣ୍ତା, ପଣ୍ଡିତ ଭାବେ ତରଣୀସେନ ଦାଶ ପୂଜାବିଧି, ଗୀତା ପଠନ କରିଥିଲେ । ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଭକ୍ତବୃନ୍ଦଙ୍କ ପାଇଁ ପ୍ରସାଦ ସେବନ ବନ୍ଦୋବସ୍ତ କରାଯାଉଥିଲା । ଏହି ଚନ୍ଦନ ଯାତ୍ରାରେ ବେଲା ସିଂ ସାହୁ, ରବି ବେହେରା, ହୀରାମଣି ସରିଆ, ଗୋବିନ୍ଦ ବନଛୋର, ଧନଞ୍ଜୟ ନେତାମ, ରାମଚନ୍ଦ୍ର ବନଛୋର, ମଙ୍ଗଳୁ ସରିଆ, ହିରା ବାଗ, ଗୌତମ ବଛାଙ୍କ ସମେତ ବାଦିମାଲ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ଚନ୍ଦନ ଯାତ୍ରା ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗଦେଇ ସଫଳ ମଣ୍ଡିତ ଥିଲେ ।

jay balangir
Leave A Reply

Your email address will not be published.

4 + thirteen =

error: Content is protected !!