pakka

୫ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗରେ ଶୋକ

bbehera

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନୀପୁର ପଞ୍ଚାୟତ ଦାଲୂଅନୁଆପଡା ଗ୍ରାମର ଭରତ ବେହେରାଙ୍କ ପୁତ୍ର ବିଭୂତି ବେହେରା (୧୦)ଙ୍କ ଅକାଳ ବିୟୋଗ ଘଟିଛି । ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦାଲୂଅନୂଆପଡ଼ା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ଥିଲେ । ତାଙ୍କ ପାଇଁ ଗତକାଲି ବିଦ୍ୟାଳୟ ପରିସରରେ ଶୋକ ପାଳନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ନାୟକ ଓ ସହକାରୀ ଶିକ୍ଷକ ପଙ୍କଜ ବେହେରା, ଅଙ୍ଗନବାଡି କର୍ମୀ ବନିତା ବେହେରା, ବିଦ୍ୟାଳୟର ପାଚିକା ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ ହୋଇ ଶୋକ ପାଳନ କରିବା ସହ ସ୍ଵର୍ଗତ ଆତ୍ମାର ସଦ୍‌ଗତି କାମନା କରି ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମ୍ବେଦନା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

7 + 6 =