jsm

ମା’ ଉମା ମାହେଶ୍ୱରୀଙ୍କ ପୁସ୍ତକ ଲୋକାର୍ପିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ମା’ ଉମା ମାହେଶ୍ୱରୀଙ୍କ ଉପରେ ରଚିତ ତାତ୍ତ୍ବିକ ପୁସ୍ତକ ଗତକାଲି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି । ମା’ ମାହେଶ୍ୱରୀ ସେନା ଏବଂ କୁରୁଆ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ପୁସ୍ତକ ଲୋକାର୍ପିତ ଉତ୍ସବରେ ଅତିଥି ଭାବେ ପଣ୍ଡିତ ଲଳିତ କୁମାର ରଥ, ସଂସ୍କୃତି ଗବେଷକ ତ୍ରିଲୋଚନ କମ୍ପ ଯୋଗଦେଇ କୃଷ୍ଣାଳୀନ କମଳ ଲୋଚନ ପଣ୍ଡାଙ୍କ ଦ୍ଵାରା ରଚିତ ମା’ ମାହେଶ୍ୱରୀଙ୍କ ଅଷ୍ଟକମ, ସ୍ତୋତ୍ରମ, ଚାଲିଶା ପୁସ୍ତକକୁ ଲୋକାର୍ପିତ କରିଥିଲେ । ଏଥିରେ ମା’ଙ୍କ ଶକ୍ତି ପୀଠର ଇତିହାସ, ସଂସ୍କୃତି ମଧ୍ୟ ଉଲ୍ଲେଖ ରହିଛି । ଯାହା କି ମା’ଙ୍କ ଭକ୍ତ ମାନେ ଜାଣିପାରିବେ ବୋଲି କହିଥିଲେ । ମନ୍ଦିର ପୂଜକ ନିତିଆ ବେଜି ଦେହେରୀ ମଞ୍ଚାସୀନ ଥିଲେ । ସଭାରେ ଭକ୍ତ ବନ୍ଧୁ ପଶାୟତ ସଭାପତିତ୍ୱ କରିଥିଲା ବେଳେ ଶିକ୍ଷାବିତ ଦଲଗଞ୍ଜନ ପାତ୍ର ସଂଯୋଜନା କରିଥିଲେ । ଶେଷରେ ଯୁବ କବି କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.