pakka

ଇମ୍ପରିୟଲ କଲେଜରେ ପାଲା ମାଧ୍ୟମରେ ନୈତିକତା ଓ ମୂଲ୍ୟବୋଧ ଶିକ୍ଷା

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜରେ ପାଲା ମାଧ୍ୟମରେ ନୈତିକତା ଓ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିଦ ବ୍ୟଙ୍ଗକବି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଗୁରୁ ନିରଞ୍ଜନ ମହାପାତ୍ର ଓ ଦଳ ପାଲା ପରିବେଷଣ କରିଥିଲେ । ଇମ୍ପରିୟଲ କଲେଜର ଚେୟାରମ୍ୟାନ ଦୀପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପତିତପାବନ ସାହୁ, ଡ. ସୁନୀଲ ଦେବତା, ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ ପଣ୍ଡା, ଅଧ୍ୟାପକ ମୋହନ ସାହୁ ପ୍ରମୁଖ ଯୋଗ ଦେଇ ନୈତିକତା ଓ ମୂଲ୍ୟବୋଧ ଶିକ୍ଷା ଉପରେ ସମ୍ୟକ ସୂଚନା ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ କଲେଜ ପାଠ୍ୟକ୍ରମରେ ନୈତିକତା ଓ ମୂଲ୍ୟବୋଧ ଶିକ୍ଷା ସାମିଲ କରାଯାଇଛି ।

jay balangir
Leave A Reply

Your email address will not be published.

7 + two =

error: Content is protected !!