pakka

ଆଗଲପୁର ବ୍ଲକ ଡୁଡୁକା ଗ୍ରାମରେ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଗ୍ରାମରେ ଜବରଦଖଲ ଉଚ୍ଛେଦ କାମ ଚାଲୁଅଛି । ଉକ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆଗଲପୁର ତହସିଲଦାର ସୁଚିତା ପୁଷ୍ପାଙ୍କ ତତ୍ୱାବଧାନରେ ଡୁଡୁକା ବସଷ୍ଟାଣ୍ଡରୁ ରାମପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉପରେ ସରକାରୀ ଜାଗାରେ ଘର କରି ରହିଥିବା ଲୋକଙ୍କ ଘର ଭଙ୍ଗା ଯିବ ବୋଲି ତହସିଲଦାର ମାଡାମ ପ୍ରକାଶ କରନ୍ତି । ପୂର୍ବରୁ ୧୭ ଜଣ ଲୋକଙ୍କ ଯେଉଁମାନେ କି ସରକାରୀ ଜାଗାରେ ରାସ୍ତାଉପରକୁ ମାଡି ଆସି ଜବରଦଖଲ କରି ଘର ତିଆରି କରିଛନ୍ତି ସମସ୍ତଙ୍କୁ ନୋଟିସ ଜରିଆରେ ଘରଗୁଡିକୁ ଖାଲି କରିବା ପାଇଁ ଜଣାଇ ଦିଆଯାଇଥିଲା । ସେମାନେ ଘର ଗୁଡିକୁ ନ ଛାଡିବା ଯୋଗୁଁ ପୋଲିସ ସହାୟତାରେ ଉଚ୍ଛେଦ କାମ ଚାଲୁଅଛି । ପୋଲିସ ଅଧିକାରୀ ସନାତନ ସାହୁଙ୍କ ତତ୍ୱାବଧାନରେ ତଥା ଅନେକ ସଂଖ୍ୟକ ପୋଲିସର ସହାୟତାରେ ଜବର ଦଖଲ ଉଚ୍ଛେଦ କାମ ଚାଲୁଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

9 + 14 =