pakka

ସାରମୁହାଣରେ ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ସାରମୁହାଣ ରାମଜୀ ମଠରେ ମାତା କନକ ମଞ୍ଜରିଙ୍କ ଉଦ୍ୟମରେ ରାମେଶ୍ଵର ଶିବ ମନ୍ଦିର ଓ ରାମେଶ୍ଵରୀଚଣ୍ଡୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସଭାପତି ଚିନ୍ତାମଣି ରାଉତ ଓ ବେଣୁଧର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଳସ ଯାତ୍ରା ସମାପନ ହୋଇଯାଇଛି । କୁଟୁରା ଜୋର୍‌ରୁ ଗ୍ରାମର ଶତାଧିକ ମହିଳା କଳସରେ ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ ସାତ ଦିନ ବ୍ୟାପୀ ପୁରାଣ ପଠନ ଓ ନାମଯଜ୍ଞ ଅନୁଷ୍ଠିତ ହେବ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସକ୍ରିୟ ଭୂମିକା ରହିଛି ।

Leave A Reply

Your email address will not be published.

3 + 16 =