pakka

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ପବିତ୍ର ଗଣେଶ ପୂଜା ପାଳନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣେଶ ଚତୁର୍ଥୀ, ଯାହାକୁ ବିନାୟକ ଚତୁର୍ଥୀ, ମଧ୍ୟ କୁହାଯାଏ । ଗଣେଶଙ୍କ ଜନ୍ମକୁ ସ୍ମରଣ କରିବା ସହିତ ଏହି ଉତ୍ସବରେ ଗଣେଶଙ୍କୁ ନୂତନ ଆରମ୍ଭର ଭଗବାନ ତଥା ଜ୍ଞାନ ଏବଂ ବୁଦ୍ଧିର ଦେବତା ଭାବରେ ଏହି ପବିତ୍ର ଗଣେଶ ପୂଜା ପାଳନ କରାଯାଏ । ଆଜି ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କ ନେତୃତ୍ୱରେ କଲେଜ ପରିସର ମଧ୍ୟରେ ଗଣେଶ ପୂଜା ପାଳିତ ହୋଇଯାଇଛି । ଏହି ପୂଜା ଅବସରରେ କଲେଜ ପରାମର୍ଶଦାତା ମନରଞ୍ଜନ ସାହୁ, କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା, କଲେଜ ସମ୍ପାଦିକା ଶ୍ରୀମତୀ ସୁମନ ଶର୍ମା, ବଲାଙ୍ଗିର ଜେସିଆଇର ସଭ୍ୟସଭ୍ୟାମନେ ମଧ୍ୟ ପୂଜାରେ ଉପସ୍ଥିତ ଥିଲେ । ଜେଏସ୍‌ଏମ ବାଣିଜ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା ସମସ୍ତଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାନ୍ତି ।

jay balangir
Leave A Reply

Your email address will not be published.

fifteen − twelve =

error: Content is protected !!