csstore

ଛତ୍ରପୁର ପ୍ରେସ କ୍ଲବକୁ ଉଦ୍‌ଘାଟନ କରିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ଆନୁଷ୍ଠାନିକ ଜାତୀୟ ପରେଡ଼ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ତଥା ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ କର କମଳରେ ନବନିର୍ମିତ ଛତ୍ରପୁର ପ୍ରେସ କ୍ଲବର ଆନୁଷ୍ଠାନିକ ଉଦ୍‌ଘାଟନ ହେବ ବୋଲି ସରକାରୀ କାର୍ଯ୍ୟପତ୍ରରେ ଜଣାଯାଇଛି । ବହୁ ପ୍ରତୀକ୍ଷିତ ଛତ୍ରପୁର ପ୍ରେସ କ୍ଲବ କୋଠା ନିର୍ମାଣ ସରିଆସିଛି । ନିର୍ମାଣ ଶେଷ ପର୍ଯ୍ୟାୟରେ ଯୁଦ୍ଧକାଳୀନ ଭିତ୍ତିରେ ଆଲୋକ, ପାନୀୟଜଳ, ଗାଲିଚା ନିର୍ମାଣ, ଫଳକ ଲେଖା, ତୋରଣ, ଚାନ୍ଦୁଆ ଆଦି ବ୍ୟବସ୍ଥାପନା, ନିମନ୍ତ୍ରଣ ବଣ୍ଟନ ଆଦିରେ ଛତ୍ରପୁର ପ୍ରେସ କ୍ଲବର ସକ୍ରୀୟ ସଦସ୍ୟମାନେ ଲାଗି ପଡ଼ିଛନ୍ତି । ଛତ୍ରପୁର ପ୍ରେସ କ୍ଲବ ଗୃହର ଆନୁଷ୍ଠାନିକ ଉଦ୍‌ଘାଟନୀ ସାମାରୋହରେ ଛତ୍ରପୁର ବ୍ଲକ୍, ଗଞ୍ଜାମ ବ୍ଲକ୍ ଏବଂ ଜିଲ୍ଲାର ବହୁ ପ୍ରବୀଣ ସାମ୍ୱାଦିକଙ୍କ ସମ୍ମେଳନ ହେବ ଏବଂ ଜିଲ୍ଲାର ବହୁ ଉଚ୍ଚ ପଦାଧିକାରୀ, ଉଚ୍ଚପଦସ୍ଥ ପୋଲିସ ଅଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ- ସାଂସଦ ବହୁ ରାଜନୈତିକ ନେତ୍ତୃବର୍ଗ ଗଣ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ରହିଛି । ଏହି ପ୍ରେସ କ୍ଲବର ଉଦ୍‌ଘାଟନୀ ଏକ ଐତିହାସିକ ସାମାରୋହ ଭାବେ ପରିଗଣିତ ହେବ ଏବଂ ଏହା ଏକ ଜିଲ୍ଲାର ଏକ ଅଗ୍ରଣୀ ପ୍ରେସ କ୍ଲବ ଭାବେ ବିବେଚିତ ହେବ ବୋଲି ବିଭିନ୍ନ ମହଲରେ କୁହାଯାଉଛି ।

jayashree
Leave A Reply

Your email address will not be published.