କରୋନା ମୁକାବିଲାରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ଭାଲୁମୁଣ୍ଡା ସରପଂଚ : ଆଶା କର୍ମୀଙ୍କୁ ମାସିକ ସହାୟତା ଦେବାକୁ ନେଲେ ନିଷ୍ପତି

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଂଚାୟତର ସରପଂଚ ଉପେନ୍ଦ୍ର ମେହେର କୋଭିଡ-୧୯ ମହାମାରୀକୁ ମୁକାବିଲା କରି ଦେଖାଇଛନ୍ତି ମହାନୀୟତା । କରୋନା ସଚେତନ କରିବାରେ ସବୁବେଳେ ଆଶାକର୍ମୀ ମାନେ ତତ୍ପର ହେଉଥିବା ଯୋଗୁଁ ସେମାନଙ୍କୁ ପଂଚାୟତ ପକ୍ଷରୁ ମାସିକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । କରୋନା ମହାମାରୀ ଭୂତାଣୁ ସାରା ଦେଶରେ ବ୍ୟାପୀ ଯାଇଥିବାରୁ ସମସ୍ତଙ୍କ ଦୈନନ୍ଦିନ ଜୀବନ ଯାପନ ବହୁ ଦୁର୍ଦ୍ଦିନରେ କାଟୁଛି । ଏହି ସମୟରେ ସମସ୍ତଙ୍କୁ ସାହାସର ସହିତ ମୁକାବିଲା କରି ଧର୍ଯ୍ୟର ସହିତ ରୋଗରୁ ମୁକ୍ତ ହେବା ପାଇଁ ଆମକୁ ନିଜେ ହି ସଚେତନ ହେବାର ଆବଶ୍ୟକତା ରହିଛି । ସମସ୍ତେ ସବୁବେଳେ ମାସ୍କ ବ୍ୟବହାର କରିବା ଓ ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରି ଅଯଥାରେ ବାହାରେ ବୁଲାବୁଲି ନକରିବା, ତାହାହେଲେ କରୋନା ଭାଇରସ୍‌ରୁ ରକ୍ଷା ପାଇବା ବୋଲି ପଂଚାୟତ ପକ୍ଷରୁ ଦୈ÷ନନ୍ଦିନ ଲୋକମାନଙ୍କୁ ସଚେତନ କରାଯାଉଛି । ସରକାରଙ୍କ ତରଫରୁ ସରକାରୀ ସାହାଯ୍ୟ ଯାହା ଆସୁଅଛି ତାହା ପଂଚାୟତବାସୀଙ୍କୁ ଠିକ୍‌ ସମୟରେ ଲୋକଙ୍କୁ ଯୋଗାଇ ଦିଆଯାଉଛି । ବିଗତ ୪ ମାସର ଚାଉଲ ଏବଂ ଚାରି ମାସର ବାର୍ଦ୍ଧକ୍ୟ ଭତ୍ତା ସମସ୍ତଙ୍କୁ ଘର ଘର ଯାଇ ବଂଟନ କରାଯାଉଛି । ଆହରୁି ମଧ୍ୟ ଅତି କମ୍‌ ଦିନ ମଧ୍ୟରେ ଦୁଇ ମାସର ଚାଉଲ ଘରକୁ ଘର ବୁଲି ବଂଟନ କରାଯିବ ବୋଲି ସରପଂଚ କହିଛନ୍ତି । ଭାଲୁମୁଣ୍ଡା ପଂଚାୟତର ସମସ୍ତ ଆଶା ମାଆ ଓ ଆଶା ସାଥୀଙ୍କୁ ପଂଚାୟତ ତରଫରୁ ମହାମାରୀ କରୋନା ରୋଗରୁ ବଂଚିତ ହେବା ପାଇଁ ଟେମ୍ପ୍ରେଚର ମପାଯିବା ଯନ୍ତ୍ର, ଅକ୍ସିଜେନ୍‌, ହୃଦସ୍ପନ୍ଦନ ମାପିବାର ମେସିନ ପଂଚାୟତ ତରଫରୁ ୬ ଜଣ ଆଶା ମାଆମାନଙ୍କୁ ଯୋଗାଇ ଦିଆଯାଇଛି । ଯଦ୍ୱାରା ଆଶା ମାଆମାନେ ସେକ୍ଟର ଅନୁଯାୟୀ ସମସ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ସହଜରେ କରି ପାରିବେ ଏବଂ କରୋନା ହେବା ପୂର୍ବରୁ ଆଶା ମାନେ ସୂଚୀତ କରି ପାରିବେ । ଆଶା ମାଆମାନେ ଜନସାଧାରଣଙ୍କର ନିକଟତର ହେଉଥିବାରୁ ଅତି ସହଜରେ ଲୋକଙ୍କୁ ସଚେତନ କରିପାରୁଛନ୍ତି । ଜନସାଧାରଣଙ୍କର ଆହୁରି ଅଧିକ ସେବା କରିବା ପାଇଁ ପଂଚାୟତକୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ଆଶା ମାଆମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଭାଲୁମୁଣ୍ଡା ଗ୍ରାମ ପଂଚାୟତରୁ ଚାଳିତ ୧ ଅକ୍ଟୋବର ୨୦୨୦ ଠାରୁ ୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ମାସକୁ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ପାଇଁ ନିଷ୍ପତି ନିଆଯାଇଛି । କରୋନାରୁ ରକ୍ଷା ପାଇବା ପାଇଁ ଭାଲୁମୁଣ୍ଡା ପଂଚାୟତ ପକ୍ଷରୁ ବିଭିନ୍ନ ସମୟରେ ଡାକବାଜି ଯନ୍ତ୍ରରେ ଲୋକମାନଙ୍କୁ ସଚେତନ କରିବା ସହ ମାସ୍କ, ସାବୁନ୍‌ ବଂଟନ କରୁଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନାତିର ଜନ୍ମ ଦିନରେ ସହାୟତା କରିଥିଲେ । ରାଜ୍ୟର ପ୍ରଥମ କରି ଏହି ଭଲି ପଦକ୍ଷେପ ଭାଲୁମୁଣ୍ଡା ପଂଚାୟତ ନେଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.