pakka

ପ୍ରେମ ସଂପର୍କକୁ ନେଇ ପ୍ରେମିକଙ୍କୁ ପିଟିପିଟି ହତ୍ୟା, ପ୍ରାଇଭେଟ୍‌ ପାର୍ଟ ମଧ୍ୟ କାଟି ଦେଇଥିଲେ : ଲୋକେ ପ୍ରେମିକାଙ୍କ ଘର ଆଗରେ ଜଳାଇଲେ ପ୍ରେମିକଙ୍କ ଚିତା

ମୁଜାଫରପୁର : ଏକ ପ୍ରେମ ସଂପର୍କକୁ ନେଇ ବିହାରର ମୁଜାଫରପୁରରେ ଜଣେ ପ୍ରେମିକଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯୁବକଙ୍କୁ ବାଡି ଓ ଲୁହା ରଡରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯିବା ସହିତ ତାଙ୍କ ପ୍ରାଇଭେଟ୍‌ ପାର୍ଟ ମଧ୍ୟ କାଟି ଦିଆଯାଇଥିଲା । ଏହି ଘଟଣା ଜିଲ୍ଲାର କାଣ୍ଟି ପୋଲିସ ଷ୍ଟେସନ ଅଞ୍ଚଳର ରେପୁରା ରାମପୁରସା ଏବଂ ସୋନବର୍ଷା ଗାଁର । ଏହି ହତ୍ୟାକାଣ୍ଡ ଘଟାଇବା ପରେ ସମସ୍ତ ଅଭିଯୁକ୍ତ ପୁରା ପରିବାର ସହିତ ଫେରାର୍‌ ହୋଇ ଯାଇଥିଲେ । ଏହା ପରେ ଉତ୍ତେଜିତ ଲୋକେ ମୃତକଙ୍କ ଶବକୁ ପ୍ରେମିକାଙ୍କ ଘର ସାମ୍ନାରେ ଜଳାଇ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଏହି ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି ।

ସୂଚନାନୁସାରେ, ରେପୁରା ବାସିନ୍ଦା ମନୀଷ କୁମାରଙ୍କ ପୁଅ ସୌରଭ ସୋନବର୍ଷା ଗାଁର ଜଣେ ଝିଅ ସହିତ ଏକ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ । ଏହି ସମ୍ପର୍କ ଝିଅର ପରିବାର ସଦସ୍ୟଙ୍କ ଦ୍ୱାରା ଗ୍ରହଣ କରାଯାଇନଥିଲା । କିଛି ମାସ ପୂର୍ବରୁ ସୌରଭ ଝିଅର ପରିବାର ସଦସ୍ୟଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ଏବଂ ପଞ୍ଚାୟତ ମଧ୍ୟ ବସିଥିଲା । ଏହି କାରଣରୁ, ସୌରଭଙ୍କ ପିତା ତାଙ୍କୁ ବାହାରକୁ ପଠାଇଥିଲେ । କିନ୍ତୁ ଏହା ପରେ ସୌରଭ ଭଉଣୀଙ୍କ ବିବାହ ପାଇଁ ଗାଁକୁ ଆସିଥିଲେ । ଶୁକ୍ରବାର ସନ୍ଧ୍ୟାରେ ସୌରଭ ହଠାତ୍ ପ୍ରେମିକାଙ୍କୁ ଭେଟିବା ପାଇଁ ଝିଅ ଘରେ ପହଞ୍ଚିଥିଲେ । ଏହି ପ୍ରସଙ୍ଗରେ ଝିଅର ପରିବାର ସଦସ୍ୟ କ୍ରୋଧିତ ହୋଇଥିଲେ ଏବଂ ଝିଅର ପରିବାର ସଦସ୍ୟ ସୌରଭଙ୍କୁ ବାଡ଼ି ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ, ଯେଉଁଥି ପାଇଁ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଏହା ପରେ ସୌରଭଙ୍କ ପ୍ରାଇଭେଟ୍‌ ପାର୍ଟକୁ କାଟି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଦେଇଥିଲେ, ​​ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.

3 + 17 =