csstore

୮୭ତମ ପୋଲିସ ପ୍ରତିଷ୍ଠା ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନତିଦୂରରେ ରହିଥିବା ଅଗସ୍ତି ନୂଆଁଗା ଗ୍ରାମ ନିକଟସ୍ଥ ଛତ୍ରପୁର ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ବାଟାଲିୟନ ପକ୍ଷରୁ ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବାଟାଲିୟନ କମାନଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମଲିକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ବାହିନୀଙ୍କୁ ପୋଲିସ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସର ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ତତ୍‌ ସହିତ ପ୍ୟାରେଡ଼ ମାଧ୍ୟମରେ ଅଭିବାଦନ ଗ୍ରହଣ କରିଥିଲେ । ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟରେ ପୋଲିସ ବାହିନୀଙ୍କ ଭୂମିକା ଗୁରୁତ୍ୟପୂର୍ଣ୍ଣ ହୋଇଥାଏ । ଯାହାକୁ ନେଇ ନିଜ ଜୀବନକୁ ବାଜି ଲଗାଇବାକୁ ସାଧାରଣ ଜନତାଙ୍କ ଜୀବନ ବଞ୍ଚାଇବାକୁ ଯତ୍ନବାନ ହୋଇଥାନ୍ତି । ନାଗରିକଙ୍କ ଅଧିକାରକୁ ଗୁରୁତ୍ୱଦେବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରୟାସ କରିବା ପୋଲିସମାନଙ୍କ ବଡ଼ କର୍ତ୍ତବ୍ୟ ବୋଲି କମାଣ୍ଡେଣ୍ଟ ତାଙ୍କ ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡେପୁଟି କମାଣ୍ଡେଣ୍ଟ ସୁନୀଲ କୁମାର ବେହେରା ସଂଯୋଜନା କରିଥିବା ବେଳେ ହାବିଲଦାର ଟୋଟନ କୁମାର ଦାଶ, ସିପାହୀ ରାମେୟା ରେଡି, ବ୍ୟାଣ୍ଡ ହାବିଲଦାର ମେଜର ବିଜୟ କୁମାର ବିରୁଆ, ହାବିଲଦାର ନିର୍ମଳ ଚନ୍ଦ୍ର ବେହେରାଙ୍କୁ ନିଜର କାର୍ଯ୍ୟଦକ୍ଷକୁ ନେଇ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା । ପ୍ୟାରେଡ଼ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜ୍ୟୋତି ରଞ୍ଜନ ନାୟକ, ପ୍ୟାରେଡ଼ ସେକେଣ୍ଡ କମାଣ୍ଡେଣ୍ଟ ମନୋଜ କୁମାର ଦାଶ, ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ, ବ୍ୟାଣ୍ଡ ମାଷ୍ଟର ପି. କେ. ତ୍ରିପାଠୀ, ସିନିୟର ଏକାଉଣ୍ଟେଣ୍ଡ ସୀମାଞ୍ଚଳ ମିଶ୍ର ଓ ଏସ୍‌ ଭୁବନ ମୋହନ ପଣ୍ଡା, ଏ କେ ପ୍ରଧାନ ପ୍ରମୁଖଙ୍କ ସହ ସଙ୍ଘ କର୍ମକର୍ତ୍ତା ଓ ହାବିଦାର ଓ ସିପାହୀମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.