csstore

ପବିତ୍ର ଉତ୍କଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଉତ୍କଳ ଦିବସ ପାଳିତ । ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ବିଦ୍ୟାଳୟରେ ପଞ୍ଚାୟତ ସମିତି ଡେଲାଙ୍ଗର ଅଧ୍ୟକ୍ଷ ଶ୍ରୀମତୀ ବାସନ୍ତୀ ସାହୁ ଓ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ଯୋଗଦେଇ ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଧୂପଦୀପ ସହ ମାଲ୍ୟାର୍ପଣ କରାଯାଇଥିଲା । ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସଂଗ୍ରାମ କରିଥିବା ମହାମନିଷୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ ଓ ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ଯୋଗଦେଇ ଥିଲେ । ଉକ୍ତ ସଭାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚି ନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ପବିତ୍ର ମୋହନ ପରିଡା, ଅନ୍ୟ ସଦସ୍ୟ ସଦସ୍ୟା, ଗ୍ରାମର ଓ୍ଵାର୍ଡ ସଭ୍ୟ ଚାପଲିନ ପ୍ରଧାନ ଓ୍ଵାର୍ଡ ସଭ୍ୟା ପାର୍ବତୀ ଭୋଇ ସମାଜ ସେବି ପ୍ରଭାସ ପରିଡା, ଅଙ୍ଗନବାଡ଼ି ଓ୍ଵାର୍କର ରୋଜାଲିନା ପ୍ରଧାନ ଓ ଗ୍ରାମର ଅନ୍ୟମାନେ ଯୋଗ ଦେଇଥିଲେ । ଅତିଥିମାନେ ଉକ୍ତ ଦିବସ ବିଷୟରେ ଆଲୋକପାତ କରିବା ସହିତ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସଂଗ୍ରାମ କରିଥିବା ମହାମନିଷୀଙ୍କୁ ସ୍ମରଣ କରିଥିଲେ । ସର୍ବଶେଷରେ ଶିକ୍ଷକ ମିଟୁ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.