ଦୁଇ ଦଶନ୍ଧିର ପ୍ରତୀକ୍ଷା ପରେ କଳାହାଣ୍ଡିବାସୀ ପାଇବେ ବିଜୁଳି

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡିବାସୀ ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ପାଇବେ । ୧୯୯୯ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ କାର୍ୟ୍ୟକାରୀ ହୋଇଥିଲା । ସେହିଦିନ ଠାରୁ ଦୈନିକ ୨୦୦ରୁ ୨୫୦ ମେଗା ୱାଟ ବିଜୁଳି ଉତ୍ପାଦନ ହେଉଛି । କଳାହାଣ୍ଡିବାସୀ ପାଇଁ ହୋଇ ମଧ୍ୟ ପ୍ରକଳ୍ପରୁ ବିଜୁଳି ପାଇବା ସାତସପନ ଥିଲା । ଆଜି ଜୟପାଟଣା ବ୍ଲକର ବନେର ଠାରେ ନିର୍ମାଣ ହୋଇଥିବା ଗ୍ରୀଡକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାରେ ଜୟପାଟଣା, କଲମପୁର କୋକସରା ବ୍ଲକକୁ ବିଜୁଳି ଯୋଗାଣ ହେବ । ପରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଅଂଚଳକୁ ଯୋଗାଣ ହେବ ।

Leave A Reply

Your email address will not be published.