jayashree

ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗିତା : ପ୍ରଶାସନ ଏକାଦଶ ବିଜୟୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ପର୍କ-ସହଯୋଗ ଓ ସହଭାଗୀତାକୁ ଆଧାର କରି ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ ସିଂଙ୍କ ଜନ୍ମତିଥି ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସ୍ଥାନୀୟ ସହାୟକ ଜିଲ୍ଲାପାଳ ସଂଜୀବ କୁମାର ରୁପାମାଝୀ , ରୂପକ କୁମାର କୁଜୁର, ରେଭିନ୍ୟୁ ସୁପର ଭାଇଜର ବିପିନ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତା ତିନୋଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଶାସନ, ଜନପ୍ରତିନିଧି ଗଣମାଧ୍ୟମ, ବେସରକାରୀ ସଂଗଠନ ଓ ଅଞ୍ଚଳର ବରିଷ୍ଠ ଫୁଟବଲ ଦଳ ଅଂଶଗ୍ରହଣ କରି ନିଜ ନିଜର ଖେଳ ପ୍ରଦର୍ଶନ କରିଥିଲେ । ଏଥିରେ ପ୍ରଥମ ଖେଳ ବେସରକାରୀ ସଂଘ ୩-୦ ଗୋଲରେ ପ୍ରେସ ଏକାଦଶକୁ ପରାସ୍ତ କରିଥିଲେ । ଦ୍ୱିତୀୟ ଖେଳରେ ପ୍ରଶାସନ ଏକାଦଶ – ଭେଟେରାନ ଏକାଦଶକୁ ୧-୦ ଗୋଲରେ ପରାସ୍ତ କରିଥିଲେ । ଫାଇନାଲ ଖେଳରେ ପ୍ରଶାସନ ଏକାଦଶ ବେସରକାରୀ ସଂଗଠନକୁ ୨-୦ ଗୋଲରେ ହରାଇ ଚାମ୍ପିଅନ ହୋଇଥିଲେ । ଏହି ଅବସରରେ ୭ଜଣ କୃତି କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ଡ. ସୁଶାନ୍ତ କୁମାର ଦାସ, ଉପଦେଷ୍ଟା ସୁରେନ୍ଦ୍ର କୁମାର ପାତ୍ର, ଶିବାନନ୍ଦ ପଟ୍ଟନାୟକ,ସୂର୍ଯ୍ୟ ନାରାୟଣ ସୁଆର, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଶ୍ରୀନିବାସ ଦୋରା, ସୁଜିତ୍ କୁମାର ପାଳ, ସମୀର କୁମାର ପଟ୍ଟନାୟକ, ରଞ୍ଜିତ୍ କୁମାର ମହାନ୍ତି, ଏଲିଆସ ଦିଗାଳ, ମିଲ୍ଟନ୍ ନାୟକ ଓ ସଂଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.