csstore

ବଲାଙ୍ଗିର ବ୍ଲକ ‘ଟାଲେଣ୍ଟ ହଣ୍ଟ’ ପ୍ରତିଯୋଗିତା ‘କିଶୋରୀ ପ୍ରତିଭା ଚିହ୍ନଟ’

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ପ୍ରକଳ୍ପ ସ୍ତରୀୟ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁଭାଷିନୀ ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ସମ୍ମାନିତ ଅତିଥି ଭାବରେ ଏ.ବି.ଡି.ଓ ଆନନ୍ଦ ଚନ୍ଦ୍ର ମିଶ୍ର, ଏମ୍.ପି.ଙ୍କ ନୋମିନୀ ପୁରୁଷୋତ୍ତମ ସାହୁ ଏବଂ ବିଚାରକ ଭାବରେ ସଦାଇପାଲି କ୍ଲଷ୍ଟର ସ୍କୁଲ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ର, ଇଚ୍ଛାପଡା ପ୍ରାଇମେରୀ ସ୍କୁଲ ଶ୍ରୀମତୀ ରୀନା ଜାଲ୍ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକାମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଭାଗ ନେଇଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ସାର୍ଟିସିପେଣ୍ଟ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମଟିରେ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.