pakka

ଅଗ୍ନିପଥ ଯୋଜନା ବାତିଲରେ ପ୍ରତିବାଦ ବିକ୍ଷୋଭ

l2

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ନିପଥ ଯୋଜନା ବାତିଲର ପ୍ରତିବାଦରେ ଆଜି ଜୟ କିଷାନ ଆନ୍ଦୋଳନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବରଗଡ଼ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ (ଗାନ୍ଧୀ ଛକରେ) ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲିଙ୍ଗରାଜଙ୍କ ନେତୃତ୍ୱରେ ସଭ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ । ତାଙ୍କ ୪ ଦାବୀ ମଧ୍ୟରେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରିବା, ଭାରତର ସର୍ବଭୌମତ୍ଵକୁ ସୁରକ୍ଷିତ କରିବା, ଭାରତରେ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଠିକା ନିଯୁକ୍ତି ପ୍ରଦାନ ବିଲୋପ କରିବା ରହିଥିଲା । ଆଜି ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଜୟ କିଷାନ ଆନ୍ଦୋଳନ, ବରଗଡ଼ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ସଭ୍ୟମାନେ ଏହି ଆନ୍ଦୋଳନରେ ସାମିଲ ଥିଲେ ।

pp
Leave A Reply

Your email address will not be published.

ten − seven =