pakka

ଏଲ୍‌ସିଏ ତେଜସ୍‌ ଏମ୍‌କେ୧ଏ ପାଇଁ ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହାଲ୍‌କୁ ହସ୍ତାନ୍ତର କଲା ଡିଆର୍‌ଡିଓ

bbehera

ନୂଆଦିଲ୍ଲୀ, (ପିଆଇବି) : ଡିଆର୍‌ଡିଓର ଏରୋନ୍‌ଟିକାଲ୍‌ ଡେଭ୍‌ଲପ୍‌ମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍‌ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍)କୁ ହସ୍ତାନ୍ତର କରିଛି । ବର୍ତ୍ତମାନର ୮୩ ଏଲ୍‌ସିଏ ତେଜସ୍‌ ଏମ୍‌କେ୧ଏ ଅର୍ଡର ପାଇଁ ଲକ୍ଷ୍ନୌସ୍ଥିତ ହାଲ୍ ଏହି ୟୁନିଟ୍ ଗୁଡ଼ିକର ଉତ୍ପାଦନ ପାଇଁ ପ୍ରସ୍ତୁତି କରିସାରିଛି । ଲିଡିଂ ଏଜ୍ ସ୍ଲାଟ୍ସ ଏବଂ ଏୟାରବ୍ରେକ୍ସ ଥିବା ଏଲ୍‌ସିଏ-ତେଜସ୍‌ର ସେକେଣ୍ଡାରୀ ଫ୍ଲାଇଟ୍ କଣ୍ଟ୍ରୋଲରେ ବର୍ତ୍ତମାନ ଅତ୍ୟାଧୁନିକ ସର୍ଭୋ-ଭାଲ୍ଭ ଆଧାରିତ ଇଲେକ୍ଟ୍ରୋ-ହାଇଡ୍ରୋଲିକ୍ ସର୍ଭୋ ଆକ୍‌ଚୁଏଟର୍ସ ଏବଂ ନିୟନ୍ତ୍ରଣ ମଡ୍ୟୁଲ୍ ରହିଛି । ଏହିସବୁ ଉଚ୍ଚ ଚାପଯୁକ୍ତ, ଅତିରିକ୍ତ ସର୍ଭୋ ଆକ୍‌ଚୁଏଟର ଏବଂ ନିୟନ୍ତ୍ରଣ ମଡ୍ୟୁଲରେ କୁଶଳୀ ଡିଜାଇନ, ସଠିକ ଉତ୍ପାଦନ, ଆସେମ୍ବଲି ଏବଂ ପରୀକ୍ଷଣ, ସ୍ୱଦେଶୀ ବୈଷୟିକ ଦକ୍ଷତାର ସମାହାର ରହିଛି ଯାହାକି ଏଡିଏର ନିରନ୍ତର ଅନୁସନ୍ଧାନର ପରିଣାମକୁ ପ୍ରତିନିଧିତ୍ୱ କରେ । ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ (ଆର୍‌ସିଆଇ) ଏବଂ ବେଙ୍ଗାଲୁରୁର ସେଣ୍ଟ୍ରାଲ ମ୍ୟାନୁଫାକ୍ଚରିଂ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ (ସିଏମ୍‌ଟିଆଇ) ସହ ମିଳିତ ଭାବେ ଏଡିଏ ଏହି ଜ୍ଞାନକୌଶଳରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ଯୋଜନା କରିଛି । ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲ୍ ପାଇଁ ବିମାନ ପରୀକ୍ଷଣ ସଫଳ ଭାବରେ ଶେଷ ହେବା ଫଳରେ ଉତ୍ପାଦନ ମଞ୍ଜୁରୀ ପାଇଁ ବାଟ ଖୋଲିଛି, ଯାହା ହାଲ୍‌କୁ ଏଲ୍‌ସିଏ ତେଜସ୍‌ର ଏମ୍‌କେ -୧ଏ ଭେରିଏଣ୍ଟ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେବାକୁ ସକ୍ଷମ କରିଛି । ଲକ୍ଷ୍ନୌର ହାଲ୍ ସ୍ଥିତ ଆସେସରିଜ୍ ଡିଭିଜନରେ ଏହି ଗୁରୁତ୍ବପୂର୍ଣ୍ଣ ଉପାଦାନଗୁଡ଼ିକର ଉତ୍ପାଦନ ଚାଲିଛି, ଯାହା ଭାରତର ଏରୋସ୍ପେସ୍ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରୟାସରେ ମୁମ୍ବାଇର ଗୋଦ୍ରେଜ ଏରୋସ୍ପେସ୍ ସମେତ ସରକାରୀ ଓ ବେସରକାରୀ ଉଦ୍ୟୋଗ ଏବଂ ସେମିଲାକ୍ ଏବଂ ଡିଜିଏକ୍ୟୁଏ ଭଳି ସାର୍ଟିଫିକେସନ୍ ଏଜେନ୍ସିର ଉଲ୍ଲେଖନୀୟ ଅବଦାନ ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଥିବାରୁ ଏଡିଏ, ଆର୍‌ସିଆଇ, ହାଲ୍, ସିଏମ୍‌ଟିଆଇ ଏବଂ ସମସ୍ତ ଅଂଶଗ୍ରହଣକାରୀ ଉଦ୍ୟୋଗର ସମଗ୍ର ଟିମକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆର୍‌ଡିଓର ଅଧ୍ୟକ୍ଷ ଏବଂ ଡିଜି-ଏଡିଏ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

twenty − fifteen =