pakka

କଂଗ୍ରେସ ଦଳରେ ଯୋଗ ଦେଲେ ଦେଓଗାଁ ବ୍ଲକ ଗୌରଗୋଠ ଗାଁର ବହୁ ଯୁବକ

bbehera
  • ସମରେନ୍ଦ୍ରଙ୍କ ନେତୃତ୍ୱ ଓ ନରସିଂହଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ହେଲେ ଅନୁପ୍ରାଣିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ଗୌରଗୋଠ ଗାଁର ବିଜେଡି ଦଳର ଆଗ ଧାଡିର ଯୁବକମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ଏଆଇସିସି ସଦସ୍ୟ ତଥା ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା, ଦୂରଦୃଷ୍ଟି, ଆତ୍ମିୟତା ଓ ଦୃଢ ନେତୃତ୍ୱ ପ୍ରତି ଆକୃଷ୍ଠ ହୋଇ ସେମାନେ ଆଜି ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ଦଳରେ ମିଶି ଯାଇଛନ୍ତି । ଏହି ଅବସରରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ଯୁବକମାନେ କହିଛନ୍ତି ଯେ ବିଜୁ ଜନତାଦଳର ସରକାର ଦିର୍ଘ ୨୪ ବର୍ଷରେ ଶାସନ ଥିଲେ ମଧ୍ୟ ରାଜ୍ୟରେ ଛାତ୍ର ଓ ଯୁବକ କୃଷକ ଶ୍ରମିକଙ୍କ ଜିବନ ଧାରଣରେ କୌଣସି ପରିବର୍ତ୍ତନ ଆଣି ନାହିଁ । ଏପରି କି ବେରୋଜଗାର ଯୁବକମାନଙ୍କ ପାଇଁ କୌଣସି ନୂଆ ଶିଳ୍ପ କିମ୍ବା କର୍ମ ସଂସ୍ଥାନର ବ୍ୟବସ୍ଥାରେ ସରକାର ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛନ୍ତି । ତେଣୁ ଯୁବକମାନଙ୍କ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଆଜି ଯୋଗ ଦେଇଥିବା ସମସ୍ତ ଯୁବନେତାମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଯୋଗୁଁ ଦେଓଗାଁ ଅଂଚଳ ତଥା ଗୌରଗୋଠ ପଂଚାୟତରେ କଂଗ୍ରେସ ଦଳ ଆହୁରି ମଜବୁତ ହୋଇ ଲୋକଙ୍କ ସେବା କରିବ ବୋଲି କହିଛନ୍ତି । ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଯୁବକମାନେ ହେଲେ ଜିତୁ ରଣା, ରିଙ୍କୁ ରଣା, ଅକ୍ଷୟ ରଣା, ମିତୁ ରଣା, ବ୍ୟାସ ରଣା, ନିମାଇଁ ରଣା, ଗଣେଷ ରଣା, ଶିବମ୍‌ ରଣା, ସନ୍ତୋଷ ରଣା, କୈଳାସ ରଣା, ସନ୍ତୋଷ ରଣା, ରୁପଧର ରଣା, ହରି ରଣା, ଭୀମସେନ ରଣା, ଶ୍ୟାମ ରଣା, ମାଲଖମ ରଣା, ଅନିସମ ରଣା, ମିତ୍ର ରଣା, ନିଗମ ରଣା, ଉପାସୁ ରଣା, ଆକୁଳ ରଣା, ଶୁଶାନ୍ତ ରଣା, ଉଲେକ ରଣା, ବଂଶି ରଣା, ଟଙ୍କ ରଣା, ଇଶ୍ୱର ରଣା, ମୁରଲି ରଣା, ଚିନ୍ତା ଭୋଇ, ରାଜେଶ ଭୋଇ, ବୈଭ ବେନିଆ, ଗୋବିନ୍ଦ ବେନିଆ, ଦାଶରଥି ଭୋଇ, କୁଞ୍ଜ ନାଏକ, ପିତାମ୍ବର ମଲ୍ଲିକ ପ୍ରମୁଖ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ପ୍ରତିଉତ୍ତରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସମସ୍ତ ଯୁବକମାନଙ୍କ କଂଗ୍ରେସ ଦଳରେ ଯୋଗ ଦେବା ଫଳରେ କଂଗ୍ରେସ ଦଳ ଆହୁରି ମଜବୁତ ହେବା ସଙ୍ଗେ ସଙ୍ଗେ ଦେଓଗାଁର ବିକାଶ ତ୍ୱରାନ୍ୱିତ ହେବ ବୋଲି କହିଥିଲେ ।

Leave A Reply

Your email address will not be published.

8 + 3 =