jsm

ବୀର ବଜରଙ୍ଗ ଆଞ୍ଚଳିକ କଳାକାର ସଂଘ ଆନୁକୂଲ୍ୟରେ ହେବାକୁ ଥିବା ଆଞ୍ଚଳିକ ଲୋକକଳା ମହୋତ୍ସବର ତୃତୀୟ ପ୍ରସ୍ତୁତି ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଜମରତଲା ପଞ୍ଚାୟତ ନୀଳ କଣ୍ଠେଶ୍ୱରପୁର ଗାଁରେ ସଂଘର ସଭାପତି ତୁଳାରାମ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ସାତୋଟି ଗ୍ରାମ ପଞ୍ଚାୟତର କଳାକାରମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଆଞ୍ଚଳିକ ଲୋକକଳା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜମରତଲା, ଦହିଗାଁ, ଦହିତା, ବୁଡେନ, ଖାଲିଆପାଲି, ବୁଡ଼ାମାଲ, କଂସର ଅଞ୍ଚଳର ପ୍ରାଚୀନ ଲୋକକଳାର ପୁନଃରୁଦ୍ଧାର କରି ଆଗମୀ ପିଢ଼ିକୁ ଲୋକକଳା ଓ ଲୋକ ପରମ୍ପରାକୁ ହୃଦବୋଧ କରିବା ପାଇଁ ଏ ଅଞ୍ଚଳରେ ଏକ ଲୋକକଳା ମହୋତ୍ସବ ଜରୁରୀ ମନେ ହୁଏ । ବୋଲି ସମସ୍ତେ ମତାମତ ରଖିଥିଲେ । ଉକ୍ତ ସଭାରେ ସଂଘର ସଂପାଦକ ନିରଞ୍ଜନ ସାହୁ କୋଷାଧ୍ୟକ୍ଷ ଚନ୍ଦ୍ରମଣି ପଟେଲ ଉପଦେଷ୍ଟା ନିରାକାର ଭୋଇ ସମାଜିକ କର୍ମୀ ଗୋପବନ୍ଧୁ ଶିକା, ସମାଜିକ କର୍ମୀ ଚନ୍ଦ୍ରହାସ୍ୟ ଜାଲ ଗବେଷକ ରମେଶ ଗୁର୍ଲା, ପରମେଶ୍ୱର ଦାସ, ବାସୁ ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ପୁରୀ, ସୁବାସ ନାଗ, ଲମ୍ବୋଦର ସାହୁ ବୈଲୋଚନ ସାହୁ ଏବଂ ଅଂଚଳର କଳାକାର ବୃନ୍ଦ ଅଂଶ ଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.